ଡ୍ରାଇଭର ଆନ୍ଦୋଳନ, ବାଚସ୍ପତିଙ୍କ ରୁଲିଂ
ଡ୍ରାଇଭରଙ୍କ ସହ ଆଲୋଚନା କରିଗୃହରେ ବିବୃତି ଦେବାକୁ ବାଚସ୍ପତିଙ୍କ ପରିବହନ ମନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି।
ଭୁବନେଶ୍ବର: ସାରା ରାଜ୍ୟରେ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି। ଏହି ପରିପ୍ରେକ୍ଷିରେ ଡ୍ରାଇଭର ଆନ୍ଦୋଳନ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ରୁଲିଂ ଦେଇଛନ୍ତି। ଏହାସହିତ ଡ୍ରାଇଭରଙ୍କ ଆନ୍ଦୋଳନ ସମ୍ପକରେ ଗୃହରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିବୃତି ରଖିବାକୁ ନିର୍ଦେଶ ଦେଇଛନ୍ତି।
ଡ୍ରାଇଭରଙ୍କ ସହ ଆଲୋଚନା କରି ଆସନ୍ତାକାଲି ଗୃହରେ ବିବୃତି ଦେବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମନ୍ତ୍ରୀ ଟୁକୁନି ସାହୁଙ୍କୁ ନିର୍ଦେଶ ଦେଇଛନ୍ତି।
Comments are closed.