www.samajalive.in
Monday, December 8, 2025
14.1 C
Bhubaneswar

ଆନ୍ଦୋଳନକାରୀ ସଂଗଠନ ଦେବେ କ୍ଷତିପୂରଣ

ନୂଆଦିଲ୍ଲୀ: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରାଯାଇ ପୁରୀ ବନ୍ଦ ପାଳନ ବେଳେ ଉପଦ୍ରବକାରୀ ପୋଡ଼ାଜଳା, ଲୁଟତରାଜ ଓ ସଂପତ୍ତି ନଷ୍ଟ କରିଥିଲେ। ଏଥିପାଇଁ ପୁରୀ ସହର ବନ୍ଦ ଡାକରା ଦେଇଥିବା ଶ୍ରୀଜଗନ୍ନାଥ ସେନା, ସଚେତନ ନାଗରିକ ମଞ୍ଚ ଓ ସେବାୟତ ସମ୍ମିଳନୀ ଦାୟୀ। ତେଣୁ ଏସବୁ ସଂଗଠନଙ୍କଠାରୁ କ୍ଷୟକ୍ଷତିଜନିତ ରାଶି ଆଦୟ ନିର୍ଦେଶ ଦେବାକୁ ସତ୍ୟପାଠରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରାଯାଇଛି। ଚଳିତ ମାସ ୩ରେ ପୁରୀ ବନ୍ଦକୁ ଜନସାଧାରଣ ନୁହେଁ; ବରଂ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ବିରୋଧ କରୁଥିଲେ ବୋଲି ସର୍ବୋଚ୍ଚ ନ୍ୟାୟାଳୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି।
ଅନ୍ୟପକ୍ଷରେ ପୁରୀ ବନ୍ଦ ବେଳେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ପୁଲିସ ଜୋତା ପିନ୍ଧି ଏବଂ ଅସ୍ତ୍ରଶସ୍ତ୍ର ଧରି ପ୍ରବେଶ କରି ନଥିଲା। କେବଳ ବନ୍ଦ ପାଳନ ଦିନ ନୁହେଁ, ପୂର୍ବରୁ ମଧ୍ୟ କେବେ ମନ୍ଦିର ପରିସରରେ ପୁଲିସ ଜୋତା ପିନ୍ଧି ପ୍ରବେଶ କରିନାହିଁ। ଏଭଳି ଅଭିଯୋଗ କପୋଳକଳ୍ପିତ ଏବଂ ସତ୍ୟଠାରୁ ବହୁଦୂରରେ ବୋଲି ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି। ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟରେ ବାଧା ସୃଷ୍ଟି ପାଇଁ ପିଟିସନକାରୀ ଇଣ୍ଟରକଣ୍ଟିନେଣ୍ଟାନଲ ଆସୋସିଏସନ୍‌ ଅଫ ଲୟର୍ସ ଏଭଳି ମନଗଢ଼ା ଅଭିଯୋଗ ଆଣିଛନ୍ତି। ଶ୍ରୀମନ୍ଦିର ପରିସରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପୁଲିସଙ୍କୁ ନିଯୁକ୍ତି ଦିଆଯାଇଛି। ଏମାନେ ଖାକି ପୋଷାକ ଓ ବେତବାଡ଼ିରେ ନିଜ କାର୍ଯ୍ୟ ସଂପାଦନ କରନ୍ତି। ଖାଲି ପାଦରେ କାମ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ପଷ୍ଟ ନିର୍ଦେଶ ଦିଆଯାଇଛି। ଡ୍ୟୁଟି ବେଳେ ମନ୍ଦିର ପୁଲିସ ଜୋତା ପିନ୍ଧିବା ଦୂରର କଥା ମୋଜା ପିନ୍ଧି ପାରିବେନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟ ନିର୍ଦେଶନାମା ରହିଛି।
ଅନ୍ୟପକ୍ଷରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ସତ୍ୟପାଠରେ ସମର୍ଥନ କରାଯାଇ ଏହାଦ୍ୱାରା ଭକ୍ତ ବିନା ବାଧାରେ ଦିଅଁ ଦର୍ଶନ କରିପାରୁଛନ୍ତି ବୋଲି କୁହାଯାଇଛି। ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରୁଣା ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ଦର୍ଶାଇଛି। ଧାଡ଼ି ବ୍ୟବସ୍ଥା ପ୍ରସଙ୍ଗରେ ଭକ୍ତ ଓ ସାଧାରଣ ଜନତାଙ୍କ ସୁଚିନ୍ତିତ ମତାମତ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି। ସମସ୍ତ ମତାମତ ଶ୍ରୀମନ୍ଦିର ପ୍ରଶାସନର ବିଚାରାଧିନ ରହିଛି। ଆବଶ୍ୟକ ପଡ଼ିଲେ ସଂଶୋଧନ ପାଇଁ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ପୁରୀ ଜିଲା ଦୌରାଜଜଙ୍କ ସୁପାରିସକୁ ଲାଗୁ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ କମିଟି ଓ ସବ-କମିଟି ଗଠନ କରାଯାଇଛି। ଜିଲା ଦୌରାଜଜ୍‌ଙ୍କ ସୁପାରିସକୁ ତର୍ଜମା କରାଯିବା ସହ କିପରି ଲାଗୁ କରାଯାଇପାରିବ ସେନେଇ ଅନୁଧ୍ୟାନ ଚାଲିଛି। ଯଦି କୌଣସି ସୁପାରିସ ଲାଗୁ କରିବାରେ ଅସୁବିଧା ଦେଖାଯିବ ସେଭଳି ସ୍ଥିତିରେ ସୁପ୍ରିମକୋର୍ଟଙ୍କୁ ଘଟଣାକ୍ରମ ବିଷୟରେ ଅବଗତ କରାଯିବ ବୋଲି ସତ୍ୟପାଠରେ କୁହାଯାଇଛି। ଶ୍ରୀମନ୍ଦିର ମାମଲା ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। ତେବେ ଅସୁସ୍ଥତା ଯୋଗୁଁ ଆମିକ୍ୟୁସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଉପସ୍ଥିତ ରହିପାରିବେ ନାହିଁ ବୋଲି ଆଜି ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories