www.samajalive.in
Tuesday, December 9, 2025
16.1 C
Bhubaneswar

ଘୂର୍ଣ୍ଣିବଳୟ ଦୁର୍ବଳ; ଆଜିଠୁ କମିବ ତାପମାତ୍ରା

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଗତି କରିବା ପରେ ଏବେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସମୁଦ୍ର ପତ୍ତନଠାରୁ ୩ରୁ ୫କିମି ମଧ୍ୟରେ ରହିଛି। ଧୀରେ ଧୀରେ ଏହା ଦୁର୍ବଳ ହୋଇପଡ଼ିବାର ସମ୍ଭାବନା ରହିଛି। ଏଥିସହିତ ପୂର୍ବଦିଗରେ ଗତକାଲି ଥିବା ଟ୍ରଫଲାଇନ ଏବେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗର ମଧ୍ୟବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ଦେଢ଼ କିମି ଉପରେ ରହିଛି। ତେବେ ଘୂର୍ଣ୍ଣିବଳୟ ଦୁର୍ବଳ ହେବା କାରଣରୁ ଆଉ ଲଘୁଚାପର ସମ୍ଭାବନା ନାହିଁ। କେବଳ ସମୁଦ୍ର ଉପକୂଳରେ କିଛି ଅଞ୍ଚଳରେ ପବନର ବେଗ ଅଧିକ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି। ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟର ଆଉ କୌଣସି
ପ୍ରଭାବ ନାହିଁ। କେବଳ ଉପକୂଳ ଅଞ୍ଚଳରେ କାଁ ଭାଁ ହାଲୁକା ବର୍ଷାର ସମ୍ଭାବନା ରହିଛି। ତେବେ ଆସନ୍ତାକାଲିଠାରୁ ରାଜ୍ୟରେ ପବନର ଗତି ବଦଳିବା ସହିତ ସର୍ବନିମ୍ନ ରାତିରେ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି। ଏହାଫଳରେ ରାତିରେ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି।
ଘୂର୍ଣ୍ଣିବଳୟ ଦୁର୍ବଳ…

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories