ଜେଲ୍ରେ ସିସୋଦିଆଙ୍କୁ ଜେରା
ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗୁରବାର ତିହାର ଜେଲ୍ରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦ୍ୱିତୀୟ ଥର ପାଇଁ ପଚରାଉଚରା କରିଛି । ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଅନିୟମିତତା ଅଭିଯୋଗ ଉପରେ ଏହି ପଚରାଉଚରା କରାଯାଉଛି । ଗତ ୭ ତାରିଖରେ ମନୀଷ ସିସୋଦିଆଙ୍କୁ ଇଡିର ଅଧିକାରୀ ମାନେ ଜେରା କରିଥିଲେ ।
ଶ୍ରୀ ସିସୋଦିଆଙ୍କୁ ଗତମାସ ୨୬ ତାରିଖରେ ସିବିଆଇ ଗିରଫ କରିବା ପରେ ବର୍ତ୍ତମାନ ସେ ନ୍ୟାୟିକ ହାଜତରେ ଅଛନ୍ତି। କଳାଧନ ନିବାରଣ ଆଇନ୍ ଅଧୀନରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
Comments are closed.