mission shakti banner

ଅଡ଼ୁଆରେ ସିବିଆଇ ଅନ୍ତରୀଣ ମୁଖ୍ୟ

BSKY banner  750×100
0

ଭୁବନେଶ୍ୱର: ସିବିଆଇର ଉଚ୍ଚ ପଦାଧିକାରୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦୁର୍ନୀତି ଅଭିଯୋଗରେ ସିବିଆଇର ନଂ ୧ ଓ ନଂ ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଯାଇଛି। ଏବେ ସିବିଆଇ ଅନ୍ତରୀଣ ମୁଖ୍ୟ ପଦରେ ନିଯୁକ୍ତ ଓଡ଼ିଶା କ୍ୟାଡର ଆଇପିଏସ୍‍ ଏମ୍‍ ନାଗେଶ୍ୱର ରାଓଙ୍କ ବିରୋଧରେ ସାମ୍ପ୍ରଦାୟିକତା ମନ୍ତବ୍ୟ ଅଭିଯୋଗ ଆସିଛି। ବ୍ରହ୍ମପୁର ନିବାସୀ କମ୍ୟୁନିଷ୍ଠ ନେତା ଅଳି କିଶୋର ପଟ୍ଟନାୟକ ଏହି ଅଭିଯୋଗ ଆଣିଛନ୍ତି।
ଶ୍ରୀ ପଟ୍ଟନାୟକଙ୍କ ଅଭିଯୋଗ ଅନୁଯାୟୀ, ୧୯୯୮, ଡିସେମ୍ବର ୧୦ ତାରିଖରେ ଆନ୍ତର୍ଜାତିକ ମାନବାଧିକାର ଦିବସ ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ତତ୍କାଳୀନ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଉପାଧ୍ୟକ୍ଷ ଏମ୍‍ ନାଗେଶ୍ୱର ରାଓ କହିଥିଲେ ଯେ ଇସଲାମ୍‍, ଖ୍ରୀଷ୍ଟିଆନ୍‍ ଓ ମାର୍କ୍ସବାଦୀମାନେ ମାନବାଧିକାର ଦିଗରେ ସବୁଠାରୁ ବଡ଼ ବିପଦ। ଭାରତର ସମ୍ବିଧାନ ପ୍ରଣେତାମାନେ ସଂଖ୍ୟାଲଘୁଙ୍କ ସମର୍ଥକ। ଶ୍ରୀ ରାଓଙ୍କ ମନ୍ତବ୍ୟ ସେତେବେଳେ ସେଠାରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା। ଏପରିକି ଓଡ଼ିଶା ବିଧାନସଭାରେ ମଧ୍ୟ ଶ୍ରୀ ରାଓଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଆଲୋଚନା ହୋଇଥିଲା। ୧୯୯୯ରେ ଅଳି କିଶୋର ପଟ୍ଟନାୟକ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ଏହାର ଶୁଣାଣି ଅବସରରେ ହାଇକୋର୍ଟ ଶ୍ରୀ ରାଓଙ୍କଠାରୁ ଜବାବ ତଲବ କରିଥିଲେ। ଏଥିସହିତ ପୁଲିସ ଓ ରାଜସ୍ୱ ବିଭାଗ ତରଫରୁ ଦୁଇଟି ଭିନ୍ନ ଭିନ୍ନ ତଦନ୍ତ କରାଯାଇଥିଲା। ଶ୍ରୀ ରାଓଙ୍କ କଟକ ବଦଳି ହୋଇଯିବା ପରେ ଆବେଦନକାରୀ ମାମଲା ଉପରେ ସେତେଟା ଗୁରୁତ୍ୱ ଦେଇ ନଥିବା କହିଛନ୍ତି। କିନ୍ତୁ ଏବେ ଓକିଲ ଧର୍ମଘଟ ସରିବା ମାତ୍ରେ ପୁଣି ସେହି ଫାଇଲ୍‍କୁ ଖୋଲାଯିବାକୁ ଆବେଦନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Leave A Reply