www.samajalive.in
Monday, December 8, 2025
24.1 C
Bhubaneswar

ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତି ପାଉଁଶ

ବଡ଼ମ୍ବା :  ବଡ଼ମ୍ବା ମୁଖ୍ୟ ବଜାର ଗାନ୍ଧିଛକରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଉକ୍ତ ଅଗ୍ନିକାଣ୍ଡରେ ୪ଟି ଦୋକାନଘର(କାଠ କ୍ୟାବିନ) ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଏହି ଆକଷ୍ମିକ ଦୁର୍ଘଟଣାରେ ସଂପୃକ୍ତ ଦୋକାନ ଗୁଡ଼ିକରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପାଉଁଶ ହୋଇଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାର ସଠିକ କାରଣ ଜଣାପଡ଼ିନଥିବା ବେଳେ ଖବରପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ରାତ୍ର ପ୍ରାୟ ୩ଟା ସମୟରେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଅଗ୍ନିଶମ ଅଧିକାରୀ ନବଘନ ମଲ୍ଲିକ ଏବଂ ଆଗ୍ନିକ ରୁଦ୍ର ନାରାୟଣ ମହାଭୋଇ, ରମେଶ ବେହେରା, ପ୍ରଶନ୍ନ ସାହୁ, ରମେଶ ସାହୁ ଓ ସୁନୀଲ କୁମାର ନାୟକ ପ୍ରମୁଖ ନିଆଁକୁ ଲିଭାଇଥିଲେ।
କ୍ଷତିଗ୍ରସ୍ତ ଦୋକାନିମାନେ ହେଲେ ପାନ ଏବଂ ମନହରି ଦୋକାନ କରିଥିବା ସ୍ୱପ୍ନେଶ୍ୱର ବସନ୍ତରା, ପ୍ରଫୁଲ୍ଲ ମହାନ୍ତି, ଚା ଦୋକାନ କରିଥିବା ଜଗନ୍ନାଥ ବେହେରା ଏବଂ ଫୁଲ ସାଜସଜ୍ଜା ଦୋକାନ କରିଥିବା ମାତୃଶକ୍ତି ମହାନ୍ତି ଓ ତାଙ୍କ ଭାଇ ଟୁବୁ ମହାନ୍ତି। ସେମାନଙ୍କ ଲକ୍ଷାଧିକ ଟଙ୍କାର ପ୍ଲାଷ୍ଟିକ ଫୁଲ, ଗ୍ୟାସ ସିଲିଣ୍ଡର, ଫ୍ରିଜ, ଫ୍ରିଜର ସମେତ ଥଣ୍ଡା ପାନୀୟ,ମନହରି ଦ୍ରବ୍ୟ ତଥା ବିସ୍କୁଟ, ଚକଲେଟ ଆଦି ଅନେକ ମୂଲ୍ୟବାନ ଦ୍ରବ୍ୟ ଏହି ଅଗ୍ନିକାଣ୍ଡରେ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାଯାଇଛି। ସକାଳୁ ଏହି ଘଟଣାକୁ ଦେଖି ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ବଣିକ ସଂଘର କର୍ମକର୍ତ୍ତା ଦୁଃଖପ୍ରକାଶ କରିବାସହ ଘଟଣାର ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି। ସେହିଭଳି କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀଙ୍କୁ ଯଥାସମ୍ଭବ ସରକାରୀ ସାହାଯ୍ୟ ଏବଂ ସେମାନଙ୍କର ଥଇଥାନ କରିବାକୁ ପ୍ରଶାସନ ତଥା ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories