କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ୱାର୍ଡ଼ ନଂ ୧୫ ତୁରେକେଲା ରାସ୍ତା ସତନାମୀପଡ଼ାରେ ଗୋମାତାକୁ ମାରି, ଖଣ୍ଡ ଖଣ୍ଡ ମାଂସ କାଟି ବ୍ୟାଗରେ ଭର୍ତ୍ତି ପରେ ଅଟୋରେ ୪ଜଣ ବ୍ୟକ୍ତି ନେଉଥିଲେ। ଏ ଘଟଣା ସମ୍ପର୍କରେ ରାମସେନା କର୍ମୀମାନେ ଥାନାକୁ ଖବରଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୋମାଂସ ରଖାଯାଇଥିବା ଅଟୋ ଜବତ ସହ ଏହି ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିଲା।
ରାମସେନା ତରଫରୁ ନିଶିକାନ୍ତ ମିଶ୍ରଙ୍କ ଅବିଯୋଗ ଅନୁଯାୟୀ ପୁଲିସ ଏକ ମାମଲା ରୁଜୁ କରିଥିଲା। ଗାଈମାଲିକ ବାଟି ସତନାମୀ, ଦେବ ସତନାମୀ, ସୀତାରାମ ସତନାମୀ ସମସ୍ତେ (କଣ୍ଟାବାଞ୍ଜି), ସଦାନନ୍ଦ ବନ୍ଧିଆ (ବରଗଡ ଜିଲା ପଦ୍ମପୁର )-କୁ ଅଭିଯୁକ୍ତ ଭାବେ ଦର୍ଶାଇ ଆଜି ସନ୍ଧ୍ୟାରେ ଜେଏମଏଫସି କୋର୍ଟ ଚାଲାଣ କରିଥିଲେ। ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ, କଣ୍ଟାବାଞ୍ଜି ସବ ଜେଲକୁ ପଠାଇ ଦିଆ ଯାଇଥିବା ପୁଲିସ ସୂଚନା ଦେଇଛି।



