www.samajalive.in
Wednesday, December 10, 2025
16.1 C
Bhubaneswar

ସମାଜ ପ୍ରଭାବ: ଭୂତକୋଠି ପାଲଟିଥିବା ଛାତ୍ରୀନିବାସ ପରିର୍ଦଶନ କଲେ ଜିଲାପାଳ

ହରଭଙ୍ଗା: ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ପଂଚାୟତ ତିଲିକପୁରଠାରେ ଥିବା ଛାତ୍ରୀନିବାସଟି ଭୂତକୋଠି ପାଲଟିଥିବା ଏକ ଶୀର୍ଷକ ଖବର ଗତ ଶୁକ୍ରବାର ସମାଜରେ ପ୍ରକାଶ ପାଇଥିଲା। ଖବରଟିକୁ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଗୁରୁତୁର ସହ ଗ୍ରହଣ କରି ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ସମାଜ ସମ୍ପ୍ରସାରଣ ଅଧିକାରୀ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ସହ ଛାତ୍ରୀନିବାସର ଭିତ୍ତିଭୂମି ପରିଦର୍ଶନ କରିଥିବା ଜଣାପଡ଼ିଛି। ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣଧିନ ସରିଥିବା ଛାତ୍ରୀନିବାସଟି କାହିଁକି ଏତେବର୍ଷ ହେଲା କାର୍ଯ୍ୟକ୍ଷମ ହୋଇପାରିନି ସେ ବିଷୟରେ କର୍ମଚାରୀମାନଙ୍କୁ ପଚାରିବୁଝିବା ସହିତ ପାଚେରୀ ଫାଟକ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ରାସ୍ତାଦେଇ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଅତିକ୍ରମ କରିବାର ରହିଥିବାରୁ ଛାତ୍ରୀନିବାସଟି କାର୍ଯ୍ୟକ୍ଷମ ହୋଇପାରିନଥିବା ନେଇ ଅଧିକାରୀମାନେ ଜିଲ୍ଲାପାଳଙ୍କୁ ବୁଝାଇଥିଲେ। ରେଳପଥ ନିର୍ମାଣ ନହେବା ପୂର୍ବରୁ ୧୦ବର୍ଷ ହେଲା ଛାତ୍ରୀନିବାସଟି କେଉଁ କାରଣରୁ କାର୍ଯ୍ୟକ୍ଷମ ହେଲାନାହିଁ ସେ ଉତ୍ତର କାହାପାଖରେ ନଥିବା ପଛର ରହସ୍ୟରୁ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି। ଏ ଦିଗରେ ତଦନ୍ତ ହେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସୂଚନା ଥାଉ କି, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରୀମାନଙ୍କ ଶିକ୍ଷାର ବିକାଶ ପାଇଁ ତିଲିକପୁରଠାରେ ୨୦୦୮-୦୯ ଆର୍ଥିକ ବର୍ଷରେ ଏକ ଛାତ୍ରୀ ନିବାସ ନିର୍ମାଣ କରାଯାଇଥିଲା। ୩୫ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହୋଇଥିବା ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସଟି ଦୀର୍ଘ ୧୦ବର୍ଷହେଲା କାର୍ଯ୍ୟକ୍ଷମ ହୋଇପାରିନଥିଲା। ଏହା ସତ୍ତ୍ବେ ବିଭାଗୀୟ କର୍ତ୍ତୃପକ୍ଷ ଜାଣିଶୁଣି ୭ ଲକ୍ଷ ୪୪ହଜାର ଟଙ୍କା ଅନୁଦାନରେ ଏହାର ପାଚେରୀ ନିର୍ମାଣକାର୍ଯ୍ୟ କରାଯିବା ପଛରେ ଅନେକ ଲୁକ୍କାୟିତ ରହସ୍ୟ ଥିବା ବାରି ହୋଇପଡୁଛି।

- Advertisement -

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories