www.samajalive.in
Saturday, December 6, 2025
26.1 C
Bhubaneswar

ମହାଶିବରାତ୍ରୀରେ ଅର୍ପଣ କରନ୍ତୁ ଏହି ଜିନିଷ : ଦୂର ହେବ ମଙ୍ଗଳ,ଶନି ଦୋଷ

ହିନ୍ଦୁ ଧର୍ମରେ ମହାଶିବରାତ୍ରୀର ପର୍ବ ଏକ ମୁଖ୍ୟ ପର୍ବ। ଏହି ଦିନ ପ୍ରଭୁ ଶଙ୍କରଙ୍କୁ ସ୍ୱତନ୍ତ୍ର ବିଧିରେ ପୂଜା କରାଯାଏ। ମାନ୍ୟତା ଅନୁଯାୟୀ, ଶ୍ରାବଣ ମାସ ବ୍ୟତୀତ ଫାଲଗୁଣ ମାସରେ ପାଳନ କରାଯାଉଥିବା ଶିବରାତ୍ରୀ ଭଗବାନ ଶିବଶଙ୍କରଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଏ। ଏହାସହ ଏହି ଦିନ ବ୍ରତ ପାଳନ ସହ କିଛି ସ୍ୱତନ୍ତ୍ର ଜିନିଷ ଅର୍ପଣ କରିବା ଦ୍ୱାରା ଅନେକ ଦୁଃଖ ଦୂର ହୋଇଥାଏ। ଅନେକ ଗ୍ରହଙ୍କ ପ୍ରଭାବ ଦୂର ହୋଇ ଶୁଭଫଳ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ..

ମହାଶିବରାତ୍ରୀରେ ଭଗବାନ ଶଙ୍କରଙ୍କୁ ଜଳ ବ୍ୟତୀତ କ୍ଷୀରରେ ଅଭିଷେକ କରାନ୍ତୁ। ମାନ୍ୟତାନୁଯାୟୀ, ଭଗବାନ ଶଙ୍କରଙ୍କୁ କ୍ଷୀର ଅର୍ପଣ କରିବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିବା ସହ ସ୍ୱାସ୍ଥ୍ୟ ଉତ୍ତମ ରହିଥାଏ।
ପ୍ରଭୁ ଶଙ୍କରଙ୍କୁ ଦହି ଅର୍ପଣ କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ। ଦହି ଅର୍ପଣ କରିବା ଦ୍ୱାରା ଜୀବନରେ ଆସିବାକୁ ଥିବା ଅନେକ ସମସ୍ୟା ଦୂର ହୋଇଥାଏ।

- Advertisement -

ଭଗବାନ ଶଙ୍କରଙ୍କୁ ଘିଅ ଅର୍ପଣ କରିବା ଦ୍ୱାରା ବେଶ ସକରାତ୍ମକ ଫଳ ମିଳିଥାଏ। ଏହାଦ୍ୱାରା ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ। କର୍ମକ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଥାଏ। ଅଟକି ରହିଥିବା କାର୍ଯ୍ୟରେ ସଫଳତା ମିଳେ। ଏହାସହ ଜାତକରେ ଶନି ଗ୍ରହଙ୍କ ପ୍ରଭାବ ମଧ୍ୟ ଦୂର ହୋଇଥାଏ।

ମହାଶିବରାତ୍ରୀରେ ଭଗବାନ ଶଙ୍କରଙ୍କୁ ଗୋଟା ଚାଉଳ ଅର୍ପଣ କରିବା ଦ୍ୱାରା ମଙ୍ଗଳ ଦୋଷ ଦୂର ହୋଇଥାଏ। ଏହାସହ କରଜରୁ ମଧ୍ୟ ମୁକ୍ତି ମିଳିଥାଏ।

ରୋଗରୁ ମୁକ୍ତି ପାଇଁ ଓ ସନ୍ତାନ ସୁଖ ଲାଭ ପାଇଁ ଭଗବାନ ଶଙ୍କରଙ୍କୁ ରାଶି ଅର୍ପଣ କରନ୍ତୁ। କ୍ଷୀରରେ ସାମାନ୍ୟ ରାଶି ପକାଇ ପ୍ରଭୁଙ୍କୁ ଅର୍ପଣ କରନ୍ତୁ।
ଭଗବାନ ଶଙ୍କରଙ୍କୁ ଧଳା ବସ୍ତ୍ର ଓ ଧଳା ପଇତା ଅର୍ପଣ କରନ୍ତୁ। ଏହାଦ୍ୱାରା ଭଗବାନ ଶଙ୍କରଙ୍କ ବିଶେଷ କୃପା ପ୍ରାପ୍ତି ହେବା ସହ ଦୀର୍ଘାୟୁର ବରଦାନ ମିଳିଥାଏ।

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories