ଡେସ୍କ: ବ୍ରିଟିଶ ବ୍ରଡ଼କାଷ୍ଟିଙ୍ଗ କର୍ପୋରେସନ, ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ବିଭାଗର ଚଢ଼ାଉ କାର୍ଯ୍ୟ ଆଜି ଦ୍ୱିତୀୟ ଦିନ ପାଇଁ ଜାରି ରହିଛି। ଟିକସ ଫାଙ୍କିବା ଅଭିଯୋଗରେ ମଙ୍ଗଳବାର (ଫେବୃଆରୀ ୧୪) ଦିନ ୧୧ଟା ୩୦ମିନିଟରୁ ଆରମ୍ଭ ହୋଇଥିବା ଚଢ଼ାଉ ଆଜି ମଧ୍ୟ ଚାଲିଥିବା ସୂଚନା ମିଳିଛି। ସୁଚିନ୍ତିତ ଭାବେ ବିବିସି ଇଣ୍ଡିଆ ଟ୍ରାନ୍ସଫର ମୂଲ୍ୟ ନିର୍ଧାରଣ ନିୟମକୁ ପାଳନ ନକରିବା ନେଇ ଏହି ଅନୁସନ୍ଧାନ କରାଯାଉଥିବା ଜଣାପଡିଛି।
ଆୟକର ଅଧିକାରୀମାନେ କହିଛନ୍ତି ଯେ ଟିକସ ସୁବିଧା ସମେତ ଅନଧିକୃତ ଲାଭ ପାଇଁ ନିୟମ ଅନୁସରଣ କରିନଥିବା ଅଭିଯୋଗରେ ଏହି ଚଢ଼ାଉ ଚାଲିଛି।
ବିବିସି ବୃତ୍ତଚିତ୍ର ପରେ କାର୍ଯ୍ୟାନୁଷ୍ଠାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୨୦୦୨ ଗୁଜୁରାଟ ଦଙ୍ଗାରେ ତାଙ୍କ ଭୂମିକା ଉପରେ ବିବିସି ଦ୍ୱାରା ପ୍ରସ୍ତୁତ ‘ଇଣ୍ଡିଆ: ଦ ମୋଦୀ କ୍ବଶ୍ଚିନ୍’ ଶୀର୍ଷକ ଏକ ଦୁଇ ଭାଗ ବିଶିଷ୍ଟ ବୃତ୍ତଚିତ୍ର ରିଲିଜ୍ ହେବାର କିଛି ସପ୍ତାହ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବୃତ୍ତଚିତ୍ର ରିଲିଜ୍ ପରେ, କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ, ୨୦୨୧ ଅନୁଯାୟୀ ଏହାର ଲିଙ୍କ୍ ଅପସାରଣ କରିବାକୁ ୟୁଟ୍ୟୁବ୍ ଏବଂ ଟ୍ୱିଟରକୁ ନିର୍ଦ୍ଦେଶ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ।
ତେବେ ଏହି ଚଢ଼ାଉକୁ ଆୟକର ଅଧିକାରୀମାନେ ସର୍ଭେ ବୋଲି କହିବା ସହ କିଛି କମ୍ପ୍ୟୁଟର ପେରିଫେରାଲ୍ ଏବଂ ମୋବାଇଲ୍ ଫୋନ୍ କ୍ଲୋନ କରାଯାଇଥିବା କହିଛନ୍ତି।



