www.samajalive.in
Wednesday, December 10, 2025
26.1 C
Bhubaneswar

କନ୍ଧମାଳ ଜିଲ୍ଲାରେ ମାତୃ ପିତୃ ପୂଜନ ଦିବସ ପାଳନ

ଫୁଲବାଣୀ: ଅଖିଳ ଭାରତୀୟ ସାହିତ୍ୟ ପରିଷଦ, କନ୍ଧମାଳ ଜିଲ୍ଲା ତରଫରୁ ଜିଲ୍ଲା ସାରା ମାତୃ ପିତୃ ପୂଜନ ଦିବସ ବ୍ୟାପକ ଭାବେ ପାଳନ କରାଯାଇଛି। ସାମ୍ପ୍ରତିକ ସମୟରେ ଆମ ସଂସ୍କୃତି ଓ ପରମ୍ପରାକୁ ଭୁଲି ଯୁବ ପିଢ଼ି ପାଶ୍ଚାତ୍ୟ ପ୍ରେମରେ ବୁଡ଼ି ଯାଉଛନ୍ତି, ବାପା ମାଆ ଭଳି ଅତି ଆପଣାର ସମ୍ପର୍କ ଠାରୁ ଦୁରେଇ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ବାପା ମାଆଙ୍କୁ ଭଲ ପାଇବା, ଆଦର କରିବା, ଭକ୍ତି ଓ ସମ୍ମାନ ଦେଖାଇବା ପାଇଁ ପରିଷଦ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ସଂଯୋଜକଙ୍କ ମାର୍ଗଦର୍ଶନରେ ଏହି ପୂଜନ କାର୍ୟ୍ୟକ୍ରମ ଆୟୋଜନ ହୋଇଯାଇଛି ବୋଲି କନ୍ଧମାଳ ଜିଲ୍ଲା ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସମ୍ପାଦକ କୈଳାଶ ଚନ୍ଦ୍ର ଧଳ କହିଛନ୍ତି। ଫୁଲବାଣୀ ସ୍ଥିତ ଏସ ଏସ ନର୍ସରୀ ପରିସରରେ ପରିଷଦର ଉପ ସଭାପତି ପ୍ରସନ୍ନ ପଣ୍ଡାଙ୍କ ଉଦ୍ୟମରେ ଶିଶୁମାନଙ୍କ ଦ୍ୱାରା ପୂଜନ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ସମ୍ପାଦକ କୁମାର କୁନ୍ଦନ ସିଂ, ଅଧ୍ୟକ୍ଷ ଅବନୀକାନ୍ତ ପଟ୍ଟନାୟକ, ଉପଦେଷ୍ଠା ବନବିହାରୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବାଲିଗୁଡାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପରିଷଦର ବାଲିଗୁଡା ସଂଯୋଜକ ତୀର୍ଥବାସୀ ଘଡେଇଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା। ପ୍ରାୟ ପଚାଶ ଜଣ ପିତା ମାତା ଯୋଗଦେଇଥିଲେ। ଏଥିରେ ଆଦିବାସୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଡ଼ଃ ବିଭୁତି ଭୂଷଣ ଆଚାର୍ୟ୍ୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲା ବେଳେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପୂର୍ବତନ ସଂକୁଳ ସଦସ୍ୟ ବଂଶୀଧର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories