www.samajalive.in
Monday, December 8, 2025
24.1 C
Bhubaneswar

ରାକେଶ ଶର୍ମାଙ୍କ ବାୟୋପିକ : ଅମିରଙ୍କ ସ୍ଥାନରେ ନଜର ଆସିବେ ଶାହାରୁଖ !

ମୁମ୍ବଇ : ଭାରତର ପ୍ରଥମ ମହାକାଶ ଯାତ୍ରୀ ରାକେଶ ଶର୍ମାଙ୍କ ଜୀବନକାହାଣୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯିବାର ବହୁ ଆଲୋଚନା କରାଯାଉଛି। ଚଳଚ୍ଚିତ୍ର କଳାକାରଙ୍କୁ ନେଇ ସବୁ ସମୟରେ ଚର୍ଚ୍ଚା ଲାଗିରହିଛି। ଚଳଚ୍ଚିତ୍ର ସୁଟିଂ ଆଗାମୀ ବର୍ଷ ଆରମ୍ଭରୁ କରାଯିବାର ଯୋଜନା ରହିଛି। ଚଳଚ୍ଚିତ୍ର ସହ ନିର୍ଦ୍ଦେଶକ ରୋନି ସ୍କ୍ରିୱାଲା ଇଣ୍ଡିଆନ ଏକ୍ସପ୍ରେସ୍‍ର ଏକ ସାକ୍ଷାତକାରରେ ଚଳଚ୍ଚିତ୍ରକୁ ନେଇ ଅନେକ ସୂଚନା ଦେଇଛନ୍ତି। ଅଭିନେତା ଶାହାରୁଖ ଖାନ୍‍ ଚଳଚ୍ଚିତ୍ରରେ ରାକେଶ ଶର୍ମାଙ୍କ ଭୁମିକାରେ ଅଭିନୟ କରିବେ କି ସାମ୍ବାଦିକ ପ୍ରଶ୍ନ କରିଥିଲେ? ଏହାର ଉତ୍ତରରେ ରୋନି କହିଛନ୍ତି ଚଳଚ୍ଚିତ୍ରର ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଗୁପ୍ତ ରଖାଯାଇଛି। କିଛିଦିନ ପରେ ଏହାର ଖୁଲାସା କରାଯିବ। ମିଳିଥିବା ସୂଚନା ଅନୁସାରେ ଚଳଚ୍ଚିତ୍ରରେ ମୁଖ୍ୟ ଭୁମିକାରେ ଅଭିନେତ୍ରୀ ଭୂମି ପେଡନେକର ନଜର ଆସିବେ। ଚଳଚ୍ଚିତ୍ରର ନାମ ‘ସାରେ ଜାହାଁ ସେ ଆଚ୍ଛା’ ରଖାଯାଇଛି। ନିର୍ଦ୍ଦେଶକ ମହେଶ ମଥାଇଙ୍କ ଏହି ଚଳଚ୍ଚିତ୍ରକୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ପୂର୍ବର୍ରୁ ଏହି ଚଳଚ୍ଚିତ୍ର ପାଇଁ ଅଭିନେତା ଆମିର ଖାନ ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅଭିନୟ କରିବାର ଗୁଜବ ଉଠିଥିଲା।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories