www.samajalive.in
Wednesday, December 10, 2025
18.1 C
Bhubaneswar

ଟ୍ରେନରେ ବୟସ୍କ ଓଡିଆ ବ୍ୟକ୍ତି ନିଖୋଜ ଅଭିଯୋଗ

ଦିଲ୍ଲୀ .- ପୁରୁଣା ଦିଲ୍ଲୀରୁ ଜମ୍ମୁକୁ ଯାଉଥିବା ଶାଲିମାର ଟ୍ରେନରେ ଯାତ୍ରା କରୁଥିବା ଜଣେ ବୟସ୍କ ଓଡିଆ ବ୍ୟକ୍ତି ନିଖୋଜ ହୋଇଯାଇଥିବା ତାଙ୍କ ପରିବାରଲୋକ ଅଭିଯୋଗ କରିଛନ୍ତି । ପୁରୁଣା ଦିଲ୍ଲୀରୁ ନବୀନ ସାହୁ(୭୫)ନାମକ ବ୍ୟକ୍ତି  ନିଜ ବୋହୁ ଓ ନାତିଙ୍କ ସହ ଟ୍ରେନରେ ଚଢିଥିଲେ । ତାଙ୍କ ସହ ଗ୍ରାମର ହିମାଂଶୁ ନାୟକ ବି ଥିଲେ ।  ଏସ୍‌-୭ ବଗିରେ ଏମାନେ ଯାତ୍ରା କରୁଥିଲେ। ସମସ୍ତଙ୍କୁ ଅଲଗା ଅଲଗା ସିଟ୍‌ ମିଳିଥିଲା।  ଅମ୍ବାଲା ନିକଟରେ ପରିବାର ଲୋକଙ୍କ ତାଙ୍କୁ ଟ୍ରେନ ଭିତରେ ଦେଖିଥିଲେ ।  ମାତ୍ର ରାତି ୧୦ ଟା ପରେ  ବୋହୁ ଓ ନାତି ଶୋଇ ପଡିଥିଲେ। ଏହା ପରେ ଲୁଧିଆନା ଷ୍ଟେସନରେ ଟ୍ରେନ ରହିବା ପରେ ସେ ଟ୍ରେନ ଭିତରେ ନ ଥିଲେ । ତାଙ୍କ ପୁଅ ଓ ବୋହୁ ତାଙ୍କୁ ଖୋଜିଥିଲେ  । ତାଙ୍କ ସହ ଗାଁର ହିମାଂଶୁ ନାୟକ ନାମକ ବ୍ୟକ୍ତି ବି ଖୋଜା ଖୋଜି କରିଥିଲେ । ମାତ୍ର ନବୀନଙ୍କର କୌଣସି ଖବର ମିଳି ନଥିଲା । ଏହାପରେ ତାଙ୍କ ଜମ୍ମୁର ଏକ ବେସରକାରୀ କମ୍ପାନୀରେ କାମ କରୁଥିବା ତାଙ୍କ ପୁଅ ଲୁଧିଆନା ଆସିବା ସହ ରେଳବାଇ ପୁଲିସ ବା ଜିଆରପିରେ ଏକ ନିଖୋଜ ମାମଲା ଦାୟର କରିଛନ୍ତି । ନବୀନଙ୍କୁ କେବଳ ଓଡିଆ ଭାଷା ଜଣା । ନବୀନ ସାହୁଙ୍କ ଘର ଯାଜପୁର ରଘୁନାଥପୁରରେ ।   କୌଣସି ଖବର ପାଇଲେ ତାଙ୍କ ପୁଅ ଚିତରଞ୍ଜନ ସାହୁଙ୍କୁ ୯୩୪୮୫୫୩୪୮୭, ୭୦୦୮୨୮୪୦୩୮ ନମ୍ବରରେ ଯୋଗା ଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । ଏଥିପାଇଁ ସେ ଆର୍ଥିକ ପୁରସ୍କାର ବି ଘୋଷଣା କରିଛନ୍ତି ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories