www.samajalive.in
Monday, December 8, 2025
20.1 C
Bhubaneswar

ଏନ୍‍ଡିଏରେ ଅସନ୍ତୋଷର ବହ୍ନି: ତେଜସ୍ୱୀଙ୍କୁ ଭେଟିଲେ କୁଶୱାହା

ପାଟନା : ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଏବଂ ଜେଡିୟୁ ସମାନ ସମାନ ଆସନରେ ଲଢିବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଏହା ଘୋଷଣା କରିବାର କିଛି କ୍ଷଣ ପରେ ଶନିବାର ଏନ୍‍ଡିଏର ଅନ୍ୟତମ ସହଯୋଗୀ ଦଳ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍‍ଏଲ୍‍ଏସ୍‍ପି) ମୁଖ୍ୟ ଉପେନ୍ଦ୍ର କୁଶୱାହା ବିରୋଧୀ ଦଳ ଆର୍‍ଜେଡି ନେତା ତେଜସ୍ୱୀ ଯାଦବଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନକୁ ନେଇ ଏବେ ନୂତନ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‍ଡିଏ)ରେ ଏବେ ଅସନ୍ତୋଷର ବହ୍ନି ପ୍ରଜ୍ୱଳିତ ହୋଇଥିବା କୁହାଯାଉଛି। ଅନ୍ୟପଟେ ଆର୍‍ଜେଡି ପକ୍ଷରୁ ହ୍ୱାଟସଆପରେ କୁଶୱାହା ଏବଂ ତେଜସ୍ୱୀଙ୍କ ସାକ୍ଷାତ ସମୟର ଏକ ଫଟୋ ପ୍ରକାଶ ପାଇଛି। ଏହା ସତ୍ତ୍ବେ କୁଶୱାହାଙ୍କ ଦଳ ପକ୍ଷରୁ ଏହି ରାଜନୈତିକ ଚର୍ଚ୍ଚକୁ ଗୁରୁତ୍ୱହୀନ ବୋଲି କୁହାଯାଇଛି। ମିତ୍ର ଦଳ ହୋଇ ନ ଥିଲେ ମଧ୍ୟ ଦୁଇ ଜଣ ନେତା ପରସ୍ପରକୁ ସୌଜନ୍ୟମୂଳକ ସାକ୍ଷାତ କରିବା ଭିନ୍ନ ଏହି ସାକ୍ଷାତକାରର ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ। ଅରୱାଲଠାରେ କୁଶୱାହା ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ତେଜସ୍ୱୀଙ୍କର ମଧ୍ୟ ସେଠାରେ ଏକ କାର୍ଯ୍ୟକ୍ରମ ଥିଲା। ସଂଯୋଗବସତଃ ଉଭୟ ନେତା ଏଠାକାର ସର୍କିଟ ହାଉସରେ ଅବସ୍ଥାନ କରିଥିଲେ। ଏଣୁ ସିଷ୍ଟଚାର ଦୃଷ୍ଟିରୁ ତେଜସ୍ୱୀ କୁଶୱାହାଙ୍କୁ ଭେଟିଥିଲେ। ବିଜେପି ଏବଂ ଜେଡିୟୁ ମଧ୍ୟରେ ସମାନ ସମାନ ଆସନ ଭାଗବଣ୍ଟୁରା ହୋଇଥିଲେ ମଧ୍ୟ ଆସନ ସଂଖ୍ୟା ପ୍ରକାଶ କରାଯାଇ ନାହିଁ। ଏଣୁ ମେଣ୍ଟ ଦଳଗୁଡିକୁ ଆସନ ଆବଣ୍ଟନ ନ ହେବା ପର୍ଯ୍ୟନ୍ତ କିଛି ମନ୍ତବ୍ୟ ଦେବା ଉଚିତ ହେବ ନାହିଁ ବୋଲି ଆର୍‍ଏଲ୍‍ଏସ୍‍ପି ପକ୍ଷରୁ କୁହାଯାଇଛି। ଉଲ୍ଲେଖ ଯେ, ବିହାରରେ ବିଜେପି, ଜେଡିୟୁ, ରାମବିଳାଶ ପାଶ୍ୱାନଙ୍କ ଏଲ୍‍ଜେପି ଏବଂ କୁଶୱାହାଙ୍କ ଆର୍‍ଏଲ୍‍ଏସ୍‍ପି ମେଣ୍ଟ ଅଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories