ଶୀତଦିନେ ତ୍ୱଚା ଅଥବା ଚର୍ମ ଜନିତ ଅନେକ ସମସ୍ୟା ଦେଖାଯାଏ । ବିଶେଷ କରି ଏହିଦିନେ ଶୁଷ୍କପଣ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଥାଏ । ଏଥିପାଇଁ ସଭିଏଁ ବିଭିନ୍ନ ଜିନିଷର ବ୍ୟବହାର ମଧ୍ୟ କରିଥାଆନ୍ତି । ଏହି ଦିନରେ ତ୍ବଚାର ବିଶେଷ ଯତ୍ନ ନେବାକୁ ପଡିଥାଏ। ଯେପରି ଓଠରେ ଲିପ୍ ବାମ୍ ଲଗାଇବା, ଶରୀରରେ ବଡି ଲୋଶନ ଲଗାଇବା, ଚେହେରାରେ ତେଲିଆ କ୍ରିମ୍ ବ୍ୟବହାର କରିବା ଇତ୍ୟାଦି। ମାତ୍ର କେତେକ ସହଜ ଉପାୟରେ ଏହି ଶୁଷ୍କପଣ ସମସ୍ୟାରୁ ମୁକ୍ତି ମିଳିପାରିବ । ଅନ୍ୟ ଜିନିଷ ତୁଳନାରେ ଶୀତଦିନେ ନଡିଆତେଲ ଓ ଲେମ୍ବୁ ବ୍ୟବହାର ଖୁବ ଫଳପ୍ରଦ । ଜାଣନ୍ତୁୁ..
– ଘରେ ଥିବା ନଡିଆ ତେଲକୁ ଆପଣ ବଡି ଲୋଶନ ପରି ବ୍ୟବହାର କରିପାରିବେ। ପ୍ରତିଦିନ ଗାଧୋଇ ସାରି ଦେହରେ ନଡିଆ ତେଲ ମାଲିସ କରନ୍ତୁ ଏବଂ ପରେ ଅଳ୍ପ ପାଣି ଢାଳି ହୋଇ ପୋଛି ହୋଇଯାଆନ୍ତୁ। ନଡିଆ ତେଲ ଏସପିଏଫ ଯୁକ୍ତ ହୋଇ ଥିବାରୁ ଏହା ରୌଦ୍ର ଦାହ(ସନ୍ ବର୍ଣ୍ଣ) ରୁ ତ୍ବଚାକୁ ରକ୍ଷା କରେ।
ମେକଅପ୍ ଛଡାଇବା ପାଇଁ ସବୁଠୁ ସହଜ ଓ ସୁରକ୍ଷିତ ଉପାୟ ହେଉଛି ନଡିଆ ତେଲ। ନଡିଆ ତେଲକୁ ଆପଣ ମେକଅପ୍ ରିମୁଭର ଭଳି ବ୍ୟବହାର କରିପାରିବେ। ଏହା ଦ୍ବାରା ମେକଅପ୍ ଭଲ ଭାବରେ ଛାଡିବା ସହ ତ୍ଵଚାର ରୁକ୍ଷତା ଦୂର ହୋଇଥାଏ। ଏହା ତ୍ଵଚାରେ ମଶ୍ଚରାଇଜର୍ ପରି କାମ କରିଥାଏ ଏବଂ ତ୍ବଚାକୁ କ୍ଷତି ପହଞ୍ଚାଇନଥାଏ।
-ରାତିରେ ଶୋଇବା ପୂର୍ବରୁ ଓଠରେ ନଡିଆ ତେଲ ଲଗାନ୍ତୁ। ଦେଖିବେ ସକାଳୁ ଓଠ ନରମ ହେବା ସହ କୋମଳ ଓ ନମନୀୟ ହୋଇଥିବ। ଆପଣ ଚାହିଁଲେ ଦିନରେ ମଧ୍ୟ ଲଗାଇ ପାରିବେ। ଏହା ଲିପ୍ ବାମ୍ ପରି କାମ କରିଥାଏ।
– ନଡିଆ ତେଲରେ ଲେମ୍ବୁ ରସ ମିଶାଇ ଲଗାଇଲେ ତ୍ଵଚାରୁ କଳା ଦାଗ ଦୂର ହୋଇଥାଏ। ଏହି ମିଶ୍ରଣକୁ ନିୟମିତ ଆଣ୍ଠୁ ଓ କହୁଣୀରେ ଲଗାଇଲେ କଳାଦାଗ ଦୂର ହୋଇଥାଏ।
ଶୀତଦିନେ ଏହି ଉପାୟରେ ବ୍ୟବହାର କରନ୍ତୁ ନଡିଆତେଲ
Popular Categories



