www.samajalive.in
Thursday, December 11, 2025
14.1 C
Bhubaneswar

ରୋଷେଇ ଘର ପାଇଁ ଜରୁରୀ ଟିପ୍ସ ; ଜାଣିଲେ ହେବେ ଲାଭବାନ୍‍

ରୋଷେଇ ଘରର ଅଧିକାଂଶ ସ୍ଥାନରେ ଥିବା ଦାଗ ସହଜରେ ଛାଡ଼ି ନଥାଏ। ଯାହା ଦ୍ୱାରା ଏହା ବହୁତ ଅପରିଷ୍କାର ଦେଖାଯାଇଥାଏ। ଆମେ ଏହାକୁ ଛଡ଼ାଇବା ନିମନ୍ତେ ବହୁ ଦ୍ରବ୍ୟର ବ୍ୟବହାର କରିଥାଉ। ସେହିପରି ରୋଷେଇ ଘରେ ବାସନ ସଫା ସୁତୁରା ରଖିବା ଦ୍ୱାରା ତାହା ସୁନ୍ଦର ଦେଖାଯାଏ। ଅପରିଷ୍କାର, ଭଙ୍ଗା ବାସନ ରଖିବା ଦ୍ୱାରା ରୋଷେଇ ଘରର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ। କିନ୍ତୁ ବେଳେବେଳେ ଖାଦ୍ୟ ତିଆରି କରିବା ବେଳେ ବାସନ ପୋଡି ଯାଇଥାଏ। ଏପରି ବାସନ ସହଜରେ ସଫା ହୋଇ ନଥାଏ। ଏହାକୁ ସଫା କରିବାକୁ ଅଧିକ ସମୟ ଲାଗିଥାଏ ଏବଂ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡିଥାଏ। କିଛି ଏପରି ଉପାୟ ଅଛି ଯାହାକୁ ବ୍ୟବହାର କରି ଆମେ ରୋଷେଇ ଘରର ସମସ୍ତ ପ୍ରକାରର ଦାଗ , ବାସନଦାଗକୁ ସହଜରେ ଛଡ଼ାଇ ପାରିବା।
ଆସନ୍ତୁ ଜାଣିବା ତାହା କ’ଣ…
ତେଲର ଦାଗ ଛଡ଼ାଇବା ନିମନ୍ତେ ଗରମ ପାଣିରେ କିଛି ବେକିଙ୍ଗ ସୋଡା ପକାଇ ଏହାକୁ ଏକ ବ୍ରସ୍‍ ମାଧ୍ୟମରେ ତେଲ ଚିକଟା ଥିବା ଜାଗାରେ ଭଲ ଭାବେ ଘଷି ୨୦ରୁ ୩୦ମିନିଟ ରଖନ୍ତୁ। ଏହା ପରେ ଏହାକୁ ଏକ କପଡ଼ା ସାହଯ୍ୟରେ ପୋଛି ଦିଅନ୍ତୁ। ଏହି ଚିକଟା ଅଂଶ ଭଲ ଭାବେ ସଫା ହୋଇଯିବ।
କଡ଼େଇ ଅଥବା ଯେକୌଣସି ପାତ୍ରରେ ଥିବା ପୋଡ଼ା ଦାଗକୁ ସଫା କରିବାକୁ ହେଲେ ଗରମ ପାଣି କରି ସୋଡ଼ାକୁ ପକାଇ ସେହି ପୋଡ଼ା ଥିବା ପାତ୍ରରେ ଢାଳି ରଖନ୍ତୁ। ଏହି ଦାଗ ସହଜରେ ଛାଡ଼ି ଯିବ।
ଚା’ ଛଣା ଓ ଚା’କପ ଆଦିରେ ବହୁ ଦିନ ହୋଇଗଲେ ଦାଗ ହୋଇଯାଏ। ଏହି ଦାଗକୁ ଛଡ଼ାଇବାକୁ ହେଲେ ଏକ ପାତ୍ରରେ ୩ ଚାମଚ ବେକିଙ୍ଗ ସୋଡାରେ ଏକ ଚାମଚ ପାଣି ମିଶାଇ ଏହାକୁ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ଚା’ଛଣା, ଚା’ କପରେ ଲଗାଇ ୧୦ରୁ ୧୫ ମିନିଟ ରଖନ୍ତୁ। ଏହା ପରେ ଏହାକୁ ଧୋଇ ଦିଅନ୍ତୁ। ଏହା ଭଲ ଭାବେ ସଫା ହୋଇଯିବ।
ପୋଡି ଯାଇଥିବା ବାସନରେ ଏକ ଚାମଚ ବେକିଙ୍ଗ ସୋଡା ପକାଇ ଦିଅନ୍ତୁ। ସେଥିରେ ଦୁଇ ଚାମଚ ଲେମ୍ବୁ ରସ ଓ ଦୁଇ କପ ଗରମ ପାଣି ଢାଳନ୍ତୁ। ତାପରେ ଷ୍ଟିଲର ବାସନ ମଜାରେ ତାକୁ ଘଷି ସଫା କରନ୍ତୁ। ଏପରି କରିବା ଦ୍ୱାରା ବାସନରୁ ପୋଡା ଦାଗ ଛାଡିବା ସହ ଚମକ ବଜାୟ ରହିଥାଏ।
ଲେମ୍ବୁ ରସ: ଏକ କଞ୍ଚା ଲେମ୍ବୁ ନେଇ ତାକୁ ପୋଡି ଯାଇଥିବା ବାସନରେ କିଛି ସମୟ ଘଷନ୍ତୁ। ତାପରେ ସେଥିରେ ଦୁଇ କପ ଗରମ ପାଣି ଢାଳନ୍ତୁ। ଏକ ବ୍ରଶ ସାହାର୍ଯ୍ୟରେ ପୋଡି ଯାଇଥିବା ଅଂଶକୁ ଭଲ ଭାବେ ସଫା କରି ଦିଅନ୍ତୁ। ଏପରି ସଫା କରିବା ଦ୍ୱାରା ପୋଡା ଦାଗ ଶୀଘ୍ର ଛାଡି ଯାଇଥାଏ।
ଲୁଣ: ପୋଡି ଯାଇଥିବା ବାସନକୁ ଲୁଣ ଓ ପାଣି ଦ୍ୱାରା ମଧ୍ୟ ସଫା କରାଯାଇ ପାରିବ। ତେଣୁ ପାଣିକୁ ପ୍ରଥମେ ପୋଡି ଯାଇଥିବା ବାସନରେ ୪ମିନିଟ ଫୁଟାଇ ଦିଅନ୍ତୁ। ଏହାପରେ ବାସନ ମଜାକୁ ନେଇ ଆସ୍ତେ ଆସ୍ତେ ପୋଡା ଦାଗ ଉପରେ ଘଷନ୍ତୁ। ତାପରେ ଭଲ ପାଣିରେ ଧୋଇ ଦିଅନ୍ତୁ। ଆପଣ ଦେଖିବେ ବାସନରୁ ପୋଡା ଦାଗ ଭଲ ଭାବେ ଛାଡି ଯାଇଥିବ।
ଟମାଟୋ ରସ: ପୋଡି ଯାଇଥିବା ବାସନରୁ ଦାଗ ଛଡାଇବା ପାଇଁ ଟମାଟୋ ରସ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ। ପୋଡି ଯାଇଥିବା ବାସନରେ ଟମାଟୋ ରସ ଓ ପାଣି ମିଶାଇ ଫୁଟାନ୍ତୁ। ତାପରେ ତାକୁ ଅଳ୍ପ ଘଷି ସଫା କରିଦିଅନ୍ତୁ। ଏପରି କରିବା ଦ୍ୱାରା ସହଜରେ ଦାଗ ଛାଡି ଯାଇଥାଏ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories