ପଞ୍ଜାବ କେଶରୀ ଲାଲା ଲଜପତ୍ ରାୟ ପଞ୍ଜାବର ମୋଗା ଜିଲାରେ ୧୮୬୫ ଜାନୁଆରୀ ୨୮ରେ ଜନ୍ମଗ୍ରହଣ କରିଥିଲେ। ଏକାଧାରରେ ସେ ଥିଲେ ରାଜନେତା, ଶିକ୍ଷାବିତ୍, ସମ୍ପାଦକ, ଲେଖକ ଓ ସମାଜ ସଂସ୍କାରକ।
ଭାରତ ସ୍ବାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଲାଲା ଲଜପତ୍ଙ୍କ ଅନ୍ୟ ଦୁଇ ସାଥୀ ଥିଲେ ବାଲ ଗଙ୍ଗାଧର ତିଲକ ଓ ବିପିନ ଚନ୍ଦ୍ର ପାଲ। ‘ଲାଲ-ବାଲ-ପାଲ’ ନାମରେ ଏ ତିନିଜଣଙ୍କର ଲୋକପ୍ରିୟତା ରହିଛି। ଲୋକ ସେବକ ମଣ୍ଡଳ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଲକ୍ଷ୍ମୀ ବୀମା କମ୍ପାନୀର ପ୍ରତିଷ୍ଠାତା ଲାଲା ଲଜପତ୍ ରାୟ ଶ୍ରୀକୃଷ୍ଣ, ଶିବାଜୀ ଓ ଅନ୍ୟମହାପୁରୁଷଙ୍କ ଜୀବନୀ ହିନ୍ଦୀ ଭାଷାରେ ରଚନା କରିଛନ୍ତି। ଦେଶରେ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ଲାଲାଜୀ ବିଭିନ୍ନ ପଦକ୍ଷେପ ନେଇଥିଲେ। ଲାଲା ଲଜପତ୍ ରାୟ ୧୯୨୮ ନଭେମ୍ବର ୧୭ରେ ପ୍ରାଣ ହରାଇଥିଲେ।
ଲାଲା ଲଜପତ୍ ରାୟ
Popular Categories



