www.samajalive.in
Sunday, December 14, 2025
23.1 C
Bhubaneswar

ବିଶ୍ୱନାଥ ବିଦ୍ୟାପୀଠରେ ବିଜ୍ଞାନ ଓ କାରିଗରୀ ମେଳା

ଆଠଗଡ :  ଆଠଗଡସ୍ଥିତ ବିଶ୍ୱନାଥ ବିଦ୍ୟାପୀଠରେ ସୋମବାର ଏକ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ଓ କାରିଗରୀ ମେଳା ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ମୁଖ୍ୟଅତିଥି ଓ ଏନଏସି ଅଧ୍ୟକ୍ଷା ସସ୍ମିତା ରାଉତ ସମ୍ମାନିତ ଅତିଥି ଭାବେ ଏହି ବିଜ୍ଞାନ ଓ କାରିଗରୀ ମେଳାକୁ ଉଦ୍‌ଘାଟନ କରିବା ସହ ଛାତ୍ରମାନଙ୍କ ଦ୍ୱାରା ପ୍ରଦର୍ଶିତ ପ୍ରକଳ୍ପ ଗୁଡିକୁ ବୁଲି  ଦେଖିଥିଲେ । ବିଶ୍ୱର ବିକାଶ କ୍ଷେତ୍ରରେ ବିଜ୍ଞାନର ଅବଦାନ ଅତୁଳନୀୟ ବୋଲି କହିବା ସହ ଆଜିର ଦୈନନ୍ଦିନ ଜୀବନରେ ବିଜ୍ଞାନର ଉପଯୋଗ ଅପରିହାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଏହିପରି ବିଜ୍ଞାନ ମେଳା ନିୟମିତ ବିଦ୍ୟାଳୟଗୁଡିକରେ ଆୟୋଜନ ଦ୍ୱାରା ବିଦ୍ୟାର୍ଥୀଙ୍କର ବିଜ୍ଞାନ ଶିକ୍ଷା ପ୍ରତି ଆଗ୍ରହ ନିଶ୍ଚୟ ବଢିବ ବୋଲି ଏନଏସି ଅଧ୍ୟକ୍ଷା ଶ୍ରୀମତୀ ରାଉତ ପ୍ରକାଶ କରିଥିଲେ। ଏହି ବିଜ୍ଞାନ ଓ କାରିଗରୀ ମେଳାରେ ମୋଟ ୪୧ଟି ପ୍ରକଳ୍ପ ବିଦ୍ୟାର୍ଥୀଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା। ଶିକ୍ଷକ ମୃତ୍ୟୁଞ୍ଜୟ ରଥ, ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ଲେଙ୍କା ଓ ପ୍ରାକ୍ତନ କଳାଶିକ୍ଷକ ନରେନ୍ଦ୍ର କୁମାର ଜେନା ବିଚାରକ ଭାବେ ପ୍ରକଳ୍ପ ଗୁଡିକୁ ମୂଲ୍ୟାୟନ କରିଥିଲେ । କନିଷ୍ଠ ବିଭାଗରେ ଶ୍ରେୟାଂଶ୍ରୀ ସାତ୍ୱିକ ସେଠୀ ୧ମ, ଆର୍ଯ୍ୟବ୍ରତ ପ୍ରଧାନ ୨ୟ, ଅଂଶୁମାନ ବାରିକ ୩ୟ ଏବଂ ବରିଷ୍ଠ ବିଭାଗରେ ସୌମ୍ୟରଞ୍ଜନ ପଣ୍ଡା ୧ମ, ଜ୍ଞାନରଞ୍ଜନ ରାଉତ ୨ୟ, ପ୍ରିୟରଞ୍ଜନ ଜେନା ୩ୟ ସ୍ଥାନ ଅଧିକାର କରିଥିଲେ । ସେହିପରି କାରିଗରୀ ମେଳାରେ ମନୋଜ କୁମାର ଦଳାଇ ୧ମ, ଦିବ୍ୟରଞ୍ଜନ ଜେନା ୨ୟ ଓ ଚିନ୍ମୟ କୁମାର ସାହୁ ୩ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories