Patra electronics

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ଦକ୍ଷତା ପରୀକ୍ଷା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟର ସଭାଗୃହ ଠାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ଦକ୍ଷତା ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ କନ୍ଧମାଳ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଅକ୍ଷୟ କୁମାର କର୍ଣ୍ଣ, ବର୍ଷିଆନ ନାଟ୍ୟ ନିର୍ଦେଶକ ମହାଦେବ ସାହୁ, ଫିରିଙ୍ଗିଆ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜ୍ଞାନରଞ୍ଜନ ସେଠି, ମନରେଗା ଉନ୍ନୟନ ଅଧିକାରୀ ସୁମନ୍ତ ଉଠାଣ ସିଂ, ହିସାବ ରକ୍ଷକ ଅନୁଗ୍ରହ ସଚୀନ ଜାତେ ପ୍ରମୁଖ ସମ୍ମାନିତ ଅତୀଥି ଭାବରେ ଯୋଗାଦେଇଥିବା ବେଳେ ବିଚାରକ ଭାବେ ରଞ୍ଜିତ କୁମାର ମୂଖି, ବିଶିଷ୍ଟ ଦଣ୍ଡ କଳାକାର ପଞ୍ଚାନନ କହଁର ଏବଂ ବିଜେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଫିରିଙ୍ଗିଆ ବ୍ଲକରେ ସମୁଦାୟ ୧୬୩ ଜଣ କଳାକାର ଭତ୍ତା ପାଇଁ ଆବେଦନ କରିଥିବା ବେଳେ ୧୧୩ ଜଣ କଳାକାର ଚୟନ ପ୍ରକ୍ରିୟାରେ ଦକ୍ଷତା ପ୍ରଦର୍ଶନ କରିଥିଲେ।

Comments are closed.