www.samajalive.in
Monday, December 8, 2025
20.1 C
Bhubaneswar

ଦେଉଳିଆରେ ଜୀବନବିନ୍ଦୁ ରକ୍ତଦାନ ଶିବିର

ବଡ଼ସାହି : ଲକ୍ଷ୍ମୀ ପୂଜା ଅବସରରେ ଦେଉଳିଆ ଗ୍ରାମର ନବଜ୍ୟୋତି ଯୁବକସଂଘ ଆନୁକୂଲ୍ୟରେ ଗୁରୁବାର ଏକ ଜୀବନବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜୀବନବିନ୍ଦୁରେ ମୟୂରଭଞ୍ଜ ଜିଲା ସଂଯୋଜକ ଜିତେନ୍ଦ୍ର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିଥିଲେ। ଶିବିରରେ ମୋଟ ୪୧ୟୁନିଟ ରକ୍ତ ସଂଗୃହିତ ହୋଇଥିବା ବେଳେ ଯୁବତୀ ଓ ମହିଳାମାନେ ମଧ୍ୟ ସାମିଲ ହୋଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ଜଣାପଡିଛି। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ସିଂ, ଉପାଧ୍ୟକ୍ଷ ଅର୍ନ୍ତଯ୍ୟାମୀ ବେହେରା, ସରପଞ୍ଚ ବୈଦ୍ୟନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ରେଡକ୍ରସର ଡାକ୍ତର ପ୍ରଶାନ୍ତ କୁମାର ଦାସ ଓ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ। କ୍ଳବର ସଭାପତି ତଥା ବ୍ଲକ ବିଜେଡ଼ି ଯୁବ ସଭାପତି ନୀହାର ରଞ୍ଜନ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜନ କରାଯାଇଥିବା ବେଳେ ସମ୍ପାଦକ ଅନଙ୍ଗ ଭୂଷଣ ସଦୁଆଳ ପରିଚାଳନା କରିଥିଲେ। କ୍ଳବର ସଦସ୍ୟ ବ୍ରହ୍ମାନନ୍ଦ ସଦୁଆଳ, ହରିନାରାୟଣ ବେହେରା, ସଞ୍ଜିବ ସଦୁଆଳ ଓ ସୁରେଶ ସାହୁଙ୍କ ସମେତ ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories