www.samajalive.in
Monday, December 8, 2025
24.1 C
Bhubaneswar

ଜାଣନ୍ତୁ ଏହି ବୃକ୍ଷର ଧାର୍ମିକ ମହତ୍ତ୍ୱ ; ସ୍ୱୟଂ ଭଗବାନ କରନ୍ତି ବାସ

ଶାସ୍ତ୍ରରେ ପ୍ରକୃତିକୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରାଯାଇଛି। ଏହି କାରଣରୁ ବିଭିନ୍ନ ବୃକ୍ଷଲତା,ଫୁଲ ଓ ଜଳରେ ଦେବୀ-ଦେବତାଙ୍କ ବାସ ବୋଲି କୁହାଯାଏ। ତେବେ ଏଭଳି କିଛି ବୃକ୍ଷଲତା ବିଷୟରେ ଜାଣନ୍ତୁ,ଯେଉଁଥିରେ ସ୍ୱୟଂ ଦେବୀଦେବତା ବାସ କରନ୍ତି।
ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଅଁଳା,ତୁଳସୀ ଓ କଦଳୀ ବୃକ୍ଷରେ ମା’ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ବାସ ରହିଛି। ତେଣୁ ନିୟମିତ ଏହି ସମସ୍ତ ବୃକ୍ଷ ନିକଟରେ ଜଳ ଅର୍ପଣ କରିବା ଦ୍ୱାରା ସୁଖସମୃଦ୍ଧି ପ୍ରାପ୍ତ ହୋଇଥାଏ। ଏହାସହ ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବା ପାଇଁ ଏକାଦଶୀ ଦିନ ଅଁଳା ବୃକ୍ଷ ନିକଟରେ ଜଳ ନିଶ୍ଚୟ ଅର୍ପଣ କରନ୍ତୁ। କଦଳୀ ବୃକ୍ଷ ନିକଟରେ ପ୍ରତ୍ୟେକ ଗୁରୁବାର ହଳଦୀ ମିଶ୍ରିତ ଜଳ ଅର୍ପଣ କରିବା ଦ୍ୱାରା ସୁଖ ପ୍ରାପ୍ତି ହୋଇଥାଏ।
ମାନ୍ୟତା ଅନୁଯାୟୀ, କଦମ୍ବ ବୃକ୍ଷରେ ମା’ଲକ୍ଷ୍ମୀ ବାସ କରିଥାଆନ୍ତି। ମା’ଙ୍କ ବିଶେଷ କୃପା ପ୍ରାପ୍ତି ପାଇଁ କଦମ୍ବ ବୃକ୍ଷ ତଳେ ବସି ଯଜ୍ଞ କରାନ୍ତୁ। ମା’ଙ୍କ ଆଶୀର୍ବାଦରୁ ଘରେ ସୁଖଶାନ୍ତି ପ୍ରାପ୍ତି ହୋଇଥାଏ। ଆର୍ଥିକ ସମସ୍ୟା ଦୂର ହେବ।
ବେଲ ଓ ବରଗଛରେ ମହାଦେବ ବାସ କରନ୍ତି ବୋଲି କୁହାଯାଏ। ଭଗବାନ ଶଙ୍କରଙ୍କୁ ନିୟମିତ ବେଲପତ୍ର ଅର୍ପଣ ସହ ତ୍ରୟୋଦଶୀ ଦିନ ବରଗଛର ପୂଜାର୍ଚ୍ଚନା କରନ୍ତୁ। ବିଶେଷ କୃପା ପ୍ରାପ୍ତି ହେବ।
ଭଗବାନ ଶିବଙ୍କୁ ଶମି ବୃକ୍ଷର ପତ୍ର ଅର୍ପଣ କରିବା ଦ୍ୱାରା ଖୁବ ପ୍ରସନ୍ନ ହୋଇଥାଆନ୍ତି। ଏହାସହ ପ୍ରତ୍ୟେକ ଶନିବାର ଶମି ବୃକ୍ଷ ନିକଟରେ ସୋରିଷ ତେଲରେ ଦୀପ ଲଗାନ୍ତୁ। ଏହାଦ୍ୱାରା ଜୀବନରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ। ଘରେ ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ।
ମାନ୍ୟତା ଅନୁଯାୟୀ,ବୁଧବାର ଦିନ ନିୟମିତ ଭାବେ ଭଗବାନ ଗଣେଶଙ୍କୁ ହଳଦୀ ଲଗାଇ ଦୁବ ଅର୍ପଣ କରନ୍ତୁ। ସମସ୍ତ ସମସ୍ୟା ଦୂର ହେବ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories