www.samajalive.in
Monday, December 8, 2025
27.1 C
Bhubaneswar

ହାଲରେ ସିବିଆଇ ଚଢ଼ଉ

କୋରାପୁଟ(ଅଫିସ)/ସୁନାବେଡା: ବହୁ ଚର୍ଚ୍ଚିତ ସୁନାବେଡାସ୍ଥିତ ହାଲରେ ଠିକାଦାର ଅନୁକମ୍ପା ଓ ଟଙ୍କା ପୋଡି ଘଟଣାରେ ସିବିଆଇ ପକ୍ଷରୁ ଚଢ଼ଉ ହୋଇଛି। ସିବିଆଇ ଭୁବନେଶ୍ୱର କାର୍ଯ୍ୟାଳୟର ଏକ ଟିମ୍‍ ଚଢଉ ଜାରି ରଖିଛନ୍ତି।
ଘଟଣାରୁ ପ୍ରକାଶ ଯେ, ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ଓ ଅର୍ଥ ତୋଷାରପାତ କରିବା ଅଭିଯୋଗରେ ହାଲର ଦୁର୍ନୀତି ନିବାରଣ ସଂସ୍ଥା ଓ ସୁନାବେଡା ପୁଲିସ ମିଳିତ ଭାବେ ଗତ ୭ତାରିଖରେ ହାଲର ତତ୍କାଳୀନ ଅର୍ଥ ବିଭାଗର ପ୍ରବନ୍ଧକ ଭବେନ ମୈତ୍ରଙ୍କ କ୍ୱାର୍ଟର ଉପରେ ଚଢ଼ଉ କରାଯାଇଥିଲା। ସେହିପରି ଲକ୍ଷାଧିକ ଟଙ୍କା ତୋଷରପାତ ଓ ହାଲର ଗୁରୁତ୍ୱପୂର୍ଣ୍ଣ କାଗଜ ପୋଡି ଘଟଣା ପରେ ଭବେନ ମୈତ୍ରୀ ଫେରାର ହୋଇଯାଇଥିଲେ। ଏହା ପରେ ପୁଲିସ ଏହି ଘଟଣାରେ ତଦନ୍ତ କରି ତିନିଜଣ ଠିକାଦାର ଓ ଜଣେ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପରେ ପରେ ଆଜି ସିବିଆଇ ଏହି ମାମଲା ହାତକୁ ନେଇ ଚଢଉ ଆରମ୍ଭ କରିଛି। ହାଲସ୍ଥିତ ଭବେନ ମୈତ୍ର୍ରଙ୍କ ଏନ-୪ ସ୍ଥିତ ବାସଭବନରେ ଚଢ଼ଉ ଜାରି ରହିଛି। ସେହିପରି ସିବିଆଇ ଟିମ୍‍ ଦୁଇଜଣ ଠିକାଦାରଙ୍କ ଘରେ ମଧ୍ୟ ଚଢ଼ଉ ଜାରି ରଖିଛନ୍ତି। ଠିକାଦାର ଦ୍ୱୟ ଦୀର୍ଘବର୍ଷ ହେଲା ଠିକା କାମରେ ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗସୂତ୍ରରେ ରହିଛନ୍ତି। ଚଢଉ ଜାରି ରହିଥିବା ସୁନାବେଡା ଏସ୍‍ଡିପିଓ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories