www.samajalive.in
Saturday, December 6, 2025
16.1 C
Bhubaneswar

ଶିବା ସିମେଣ୍ଟ ଖଣି ସମ୍ପ୍ରସାରଣ ଜନଶୁଣାଣିକୁ ଘୋର ବିରୋଧ

ରାଜଗାଙ୍ଗପୁର: କୁତ୍ରା ସ୍ଥିତ ଶିବା ସିମେଣ୍ଟ କାରଖାନା ପାଇଁ ଖତକୁରବାହାଲ ସ୍ଥିତ ଖଣି ସମ୍ପ୍ରସାରଣ ପାଇଁ ଉଦିଷ୍ଟ ଜନଶୁଣାଣୀକୁ ସୋମବାର ପ୍ରବଳ ବିରୋଧ କରାଯାଇଛି। ଖତକୁରବାହାଲଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଜନଶୁଣାଣୀ ସ୍ଥାନକୁ ପୁଲିସ, ଜିଲା ପ୍ରଶାସନ, ସାମ୍ବାଦିକ କାହାରିକୁ ଯିବାକୁ ଦିଆଯାଇ ନଥିଲା। ଖତକୁରବାହାଲ ଅଂଚଳର ସମସ୍ତ ପ୍ରବେଶ ଦ୍ୱାରକୁ ଗଛ ପକାଇ, ଟାୟାର ଜାଳି ବନ୍ଦ କରିଦିଆ ଯାଇଥିଲା। ଶେଷରେ ପ୍ରଶାସନକୁ ଫେରିବାକୁ ପଡିଥିଲା।

ସୂଚନା ଯୋଗ୍ୟ ଯେ, ଶିବା ସିମେଣ୍ଟ ବର୍ତ୍ତମାନ JSW ତାର ସିମେଣ୍ଟ କାରଖାନା ପାଇଁ ଖତକୁରବାହାଲ ସ୍ଥିତ ଚୂନପଥର ଖଣିର ସମ୍ପ୍ରସାରଣ ନିମନ୍ତେ ଦୁଇଟି ଗ୍ରାମ ଖତକୁରବାହାଲ ଏବଂ ଫଳସାକାନି ଗ୍ରାମର ୨୪୮ ଏକର ଜମି ଆବଶ୍ୟକ। ଏଥି ମଧ୍ୟରୁ ୨୨୬ ଏକର ଖତକୁରବାହାଲ ଏବଂ ୨୨ ଏକର ଫଳସାକାନି ଗ୍ରାମର । ଏହି ଜମି ଅଧିଗ୍ରହଣରେ ମୋଟ ୫୫୮ ପରିବାର ବିସ୍ଥାପିତ ହେବେ। ସେଥି ମଧ୍ୟରୁ ୪୪ ପରିବାର ଫଳସାକାନି ଏବଂ ୫୧୪ ପରିବାର ଖତକୁରବାହାଲ ଗ୍ରାମର । ଆଜିର ଜନଶୁଣାଣୀରେ ପ୍ରଶାସନ ପକ୍ଷରୁ ଏସଆଇଏ ରିପୋର୍ଟ ଉପସ୍ଥାପନା ସହିତ ଏହା ଉପରେ ମତାମତ ନେବାର ଥିଲା। ମାତ୍ର ଏହି ଯୋଜନାକୁ ବିରୋଧ କରୁଥିବା ଉଭୟ ଗ୍ରାମର ସହ ସହ ଗ୍ରାମବାସୀ କୁତ୍ରା ଦେଇ ଖତକୁରବାହାଲ ଗ୍ରାମକୁ ପ୍ରବେଶ ଦ୍ୱାର ବିଜୁ ଛକ, ଜଉରୁମୁଣ୍ଡା, ଫଳସାକାନି ଆଦି ସମସ୍ତ ପ୍ରବେଶ ଦ୍ୱାରକୁ ଗଛ କାଟି ପକାଇ ଅବରୋଧ କରିବା ସହିତ ଟାୟାର ଜାଳି କୌଣସି ବାହାର ଲୋକଙ୍କୁ ପ୍ରବେଶ କରିବାକୁ ଦେଇନଥିଲେ। ପ୍ରାୟ ୧୧ଟା ସମୟରେ ସୁନ୍ଦରଗଡ଼ ଏଡିଏମ ଅଭିମନ୍ୟୁ ବେହେରା, ଉପ-ଜିଲ୍ଲାପାଳ, ଅତରିକ୍ତ ଏସପି, କୁତ୍ରା ବିଡିଓ, ତହସିଲଦାରଙ୍କ ସହିତ କୁତ୍ରା ଏବଂ ରାଜଗାଙ୍ଗପୁର ପୁଲିସ ୧୧ ପ୍ଲାଟୁନ ଫୋର୍ସ ସହିତ ୩୦ରୁ ଅଧିକ ଅଫିସର ସହିତ ଖତକୁରବାହାଲ ଗ୍ରାମର ପ୍ରବେଶ ଦ୍ୱାର ବିଜୁ ଛକଠାରେ ପହଞ୍ଚିଥିଲେ। ପ୍ରଶାସନ ଏବଂ ପୁଲିସକୁ ଦେଖି ବିରୋଧ ଆହୁରି ତୀବ୍ର ହୋଇଥିଲା। ଶେଷରେ ଆଲୋଚନା ପାଇଁ ପ୍ରଶାସନ ତାଙ୍କ ପାଖକୁ ଯିବାରୁ ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା, ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେଡି ଉପସଭାପତି ମଙ୍ଗଳା କିଷାନ ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ପ୍ରଶାସନକୁ କୌଣସି ଆଲୋଚନ ବିନା ଫେରିଯିବାକୁ ବାଧ୍ୟ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ, ଏହା ସିଡୁଲ ଜିଲା, ଏଠାରେ ଗ୍ରାମସଭା ବିନା କୌଣସି ଜମି ଅଧିଗ୍ରହଣ ପାଇଁ ଆଲୋଚନା ହେବନାହିଁ। ଆମେ କୌଣସି ମତେ କାରଖାନାକୁ ଜାମି ଦେବୁନାହିଁ । ଶେଷରେ ପ୍ରଶାସନ ବିନା ଜନଶୁଣାଣିରେ ଫେରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories