www.samajalive.in
Monday, December 8, 2025
24.1 C
Bhubaneswar

ଜମ୍ମୁ କାଶ୍ମୀର: ଲଶ୍କର-ଏ-ତାଇବାର ୩ ଆତଙ୍କୀ ଗିରଫ, ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲାର କଲ୍ଲର ଅଞ୍ଚଳରୁ ଲଶ୍କର-ଏ-ତାଇବାର ଦୁଇଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ପୁଲିସ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ କରିଛି। ପୁଲିସର କହିବା ମୁତାବକ, ସୂଚନା ଆଧାରରେ ସେନା ଓ ସିଆରପିଏଫର ମିଳିତ ଉଦ୍ୟମରେ ଲଶ୍କରର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଆତଙ୍କୀ ପୁଲୱାମାର ଦ୍ରବଗାମ ବାସିନ୍ଦା ଏବଂ ସେମାନଙ୍କ ନାମ ଗୌହର ମଞ୍ଜୁର ଭଟ ଓ ଆବିଦ ହୁସୈନ ନନ୍ଦା ବୋଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଗୋଟିଏ ଗ୍ରେନେଡ଼, ୧୦ ରାଉଣ୍ଡ ଗୁଳି ଓ ୬୦ ହଜାର ଟଙ୍କା ଜବତ କରାଯାଇଛି। ଏନେଇ କଲ୍ଲର ଥାନାରେ ମାମଲା ରୁଜୁ କରାଯାଇଛି।

ଅପରପ​‌କ୍ଷେ,​‌ ଶୋପିଆନ୍‌ରେ ସୁରକ୍ଷା ବାହିନୀ ଲଶ୍କର-ଏ-ତାଇବାର ଜଣେ ସକ୍ରିୟ ଆତଙ୍କବାଦୀ ଆଦିଲ ଗନୀକୁ ଅସ୍ତ୍ରଶସ୍ତ୍ର ସହ ଗିରଫ କରିଛି। ତାକୁ ମୋହନ୍ଦପୋରା ଗ୍ରାମରୁ ଗିରଫ କରାଯାଇଛି। ତା’ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ କରାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories