www.samajalive.in
Monday, December 8, 2025
14.1 C
Bhubaneswar

ନିୟମିତ ଖାଆନ୍ତୁ ତୁଳସୀପତ୍ର

ତୁଳସୀ ବୃକ୍ଷର ଧାର୍ମିକ ସହ ଔଷଧୀୟ ମହତ୍ତ୍ୱ ମଧ୍ୟ ରହିଛି। ସଭିଁଙ୍କ ଘରର ଅଗଣାରେ ତୁଳସୀ ବୃକ୍ଷ ନିଶ୍ଚୟ ରହିଥାଏ। ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଉପକାରୀ। ଆୟୁର୍ବେଦରେ ତୁଳସୀ ବୃକ୍ଷକୁ ମନୁଷ୍ୟ ପାଇଁ ବରଦାନ ବୋଲି ମଧ୍ୟ କୁହାଯାଇଛି। ଏହାର ପତ୍ରର ବ୍ୟବହାର ଅନେକ ଔଷଧ ପାଇଁ କରାଯାଇଥାଏ। ନିୟମିତ ରୂପରେ ତୁଳସୀ ପତ୍ରର ସେବନ କରିବା ଦ୍ୱାରା ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ତେବେ ଜାଣନ୍ତୁ ସକାଳେ ଖାଲିପେଟରେ ତୁଳସୀପତ୍ର ଖାଇବା ଦ୍ୱାରା କି କି ଲାଭ ମିଳେ..
ଏକ ଅଧ୍ୟୟନ ଅନୁଯାୟୀ, ତୁଳସୀ ପତ୍ର ମାନସିକ ଦୁଃଶ୍ଚିନ୍ତା ଦୂର କରିଥାଏ। ଏହା ଦୁଃଶ୍ଚିନ୍ତା କ୍ଷରଣ କରୁଥିବା ହରମୋନ୍‌‌କୁ ନିୟନ୍ତ୍ରଣ କରିଥାଏ। ନିୟମିତ ଖାଲି ପେଟରେ ୧୨ଟି ତୁଳସୀପତ୍ର ଖାଇବା ଦ୍ୱାରା ଅନେକ ଦୁଃଚିନ୍ତା ଓ ଶରୀରର ଅନେକ ରୋଗ ଦୂର ହୋଇଥାଏ।
ତୁଳସୀରେ ଥିବା ପୋଷକ ତତ୍ତ୍ୱ ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ। ମଧୁମେହ ରୋଗୀଙ୍କ ପାଇଁ ଏହା ବରଦାନ। ମଧୁମହେ ରୋଗୀ ଏହାର ସେବନ କରିବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ। ମଧୁମେହକୁ ମଧ୍ୟ ଶରୀର ଠାରୁ ଦୂରେଇ ରଖିଥାଏ।
ପାଟିରୁ ଦୁର୍ଗନ୍ଧ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ତୁଳସୀପତ୍ରର ସେବନ କରନ୍ତୁ। ଏହାଦ୍ୱାରା ପାଟିରୁ ବିଭିନ୍ନ ବ୍ୟାକ୍ଟେରିଆ ନଷ୍ଟ ହେବା ସହ ଅନ୍ୟାନ୍ୟ ସମସ୍ୟା ଦୂର ହୋଇଥାଏ।
ଅଧିକାଂଶ ସମୟରେ ଅନେକଙ୍କ ମୁଣ୍ଡ ବିନ୍ଧା ହୋଇଥାଏ। ବତ୍ତର୍ମାନ ଏହା ସଭିଁଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ସାଇନସ୍‌‌,ସଂକ୍ରମଣ, ମାଇଗ୍ରେନ, ଥଣ୍ଡାଜନିତ ସମସ୍ୟା କାରଣରୁ ମୁଣ୍ଡ ବିନ୍ଧା ହୋଇଥାଏ। ତେବେ ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ତୁଳସୀପତ୍ରକୁ ପାଣିରେ ପକାଇ କିଛି ସମୟ ଫୁଟାନ୍ତୁ। ଏହାକୁ ଛାଣି ପିଅନ୍ତୁ। ମୁଣ୍ଡ ବିନ୍ଧା ସମସ୍ୟା ଦୂର ହୋଇଥାଏ।
ନିୟମିତ ତୁଳସୀପତ୍ର ସେବନ ଦ୍ୱାରା ଗଳାରେ ଥିବା ବିଭିନ୍ନ ସଂକ୍ରମଣ ଦୂର ହୋଇଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories