www.samajalive.in
Tuesday, December 9, 2025
17.1 C
Bhubaneswar

୨୦୨୩ ଫେବୃଆରୀରେ ଗଗନଯାନ ମିଶନର ପରୀକ୍ଷାମୂଳକ ଉଡ଼ାଣ, ଇସ୍ରୋ ପ୍ରସ୍ତୁତ

ଡେସ୍କ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଗଗନଯାନ ମିଶନ ଅନ୍ତର୍ଗତ କେତେକ ଉଡ଼ାଣମୂଳକ ପରୀକ୍ଷା ଆସନ୍ତା ବର୍ଷ ଅର୍ଥାତ ୨୦୨୩ ଫେବୃଆରୀରେ ହେବ। ଇସ୍ରୋର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ ମିଶନ୍ ପୂର୍ବରୁ ଏହି ପରୀକ୍ଷାମୂଳକ ଉଡ଼ାଣ କରାଯିବ। ଇସ୍ରୋର ମାନବ ମହାକାଶ ଉଡ଼ାଣ କେନ୍ଦ୍ରର ନିର୍ଦ୍ଦେଶକ ଆର. ଉମାମହେଶ୍ଵରନ କହିଛନ୍ତି, ଗଗନଯାନ ମାନବ ମହାକାଶ ଉଡ଼ାଣ ମିଶନ୍ ଅଧୀନରେ ମହାକାଶଚାରୀ ମାନଙ୍କୁ ୩ ଦିନ ପାଇଁ କକ୍ଷପଥକୁ ପଠାଇବା ଯୋଜନା ଥିବାରୁ ଏହି ପରୀକ୍ଷଣ ସମୟରେ ଚିନୁକ ହେଲିକପ୍ଟର ଓ ସି-୧୭ ଗ୍ଲୋବମାଷ୍ଟର ପରିବହନ ଜାହାଜ ବ୍ୟବହାର କରାଯିବ।

ଭାରତୀୟ ମହାକାଶ କଂଗ୍ରେସକୁ ଉଦବୋଧନ ଦେବା ଅବସରରେ ସେ କହିଛନ୍ତି, ଇତିମଧ୍ୟରେ ଇସ୍ରୋ ପରିବେଶ ସୁରକ୍ଷା ବ୍ୟବସ୍ଥାର ରୂପରେଖ ଚୂଡାନ୍ତ କରିସାରିଛି। ଏହି ବ୍ୟବସ୍ଥା ଦ୍ୱାରା ମହାକାଶଚାରୀମାନେ ପୃଥିବୀର କକ୍ଷପଥ ପରିକ୍ରମା କରୁଥିବା ଯାନ ମଧ୍ୟରେ ସଠିକ ତାପମାତ୍ରା ରକ୍ଷା କରିବ। ଏହି ସମୟ ମଧ୍ୟରେ ପ୍ରାୟ ଇସ୍ରୋ ୧୭ ପ୍ରକାର ପରୀକ୍ଷା କରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories