ନୂଆଦିଲ୍ଲୀ : ଭାରତୀୟ ମୁଦ୍ରାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ସହ ଦେବୀ ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କ ଫଟୋ ଲଗାଇବାର ପ୍ରସ୍ତାବକୁ ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପତ୍ର ଲେଖିଛନ୍ତି। ୧୩୦ କୋଟି ଜନତାଙ୍କ ଇଚ୍ଛା ଭାରତୀୟ ମୁଦ୍ରାରେ ଗୋଟିଏ ପଟେ ମହାତ୍ମା ଗାନ୍ଧୀ ଓ ଅନ୍ୟ ପଟେ ଲକ୍ଷ୍ମୀ ଗଣେଶଙ୍କ ଫଟୋ ରହୁ ବୋଲି ବୋଲି ଏହି ପତ୍ରରେ ଉଲ୍ଲେଖ ରହିଛି।
ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଏହି ପତ୍ରକୁ ଟ୍ୱିଟ କରି ଲେଖିଛନ୍ତି, ୧୩୦ କୋଟି ଭାରତବାସୀ ପକ୍ଷରୁ ଭାରତୀୟ ମୁଦ୍ରାରେ ମହାତ୍ମା ଗାନ୍ଧୀଙ୍କ ସହ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ଲଗାଯାଉ ବୋଲି ପତ୍ରରେ ନିବେଦନ କରାଯାଇଛି।ଦେଶର ଅର୍ଥବ୍ୟବସ୍ଥା ଖରାପ ସ୍ଥିତି ରହିଛି। ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଭାରତ ବିକାଶଶୀଳ ଓ ଗରିବ ଦେଶରେ ଗଣା ହୋଇଥାଏ। ଏବେ ମଧ୍ୟ ଦେଶରେ ଲୋକେ ଗରିବ କାହିଁକି? ସଠିକ ନିୟମ,ଅଧିକ ପରିଶ୍ରମ ଓ ଭଗବାନଙ୍କ ଆଶୀର୍ବାଦ ଏସବୁ ଏକତ୍ରିତ ହେଲେ ଦେଶରେ ଉନ୍ନତି ହେବ। ସାର୍ବଜନୀନ ଭାବେ ଏହି ପ୍ରସ୍ତାବକୁ ନେଇ ସର୍ବସାଧାରଣଙ୍କ ଠାରୁ ସମର୍ଥନ ମିଳୁଛି। ଲୋକେ ମଧ୍ୟ ଏହାକୁ ନେଇ ଖୁବ ଉତ୍ସାହିତ ରହିଛନ୍ତି। ଏହାକୁ ଲାଗୁ କରାଯାଉ ବୋଲି ସର୍ବସାଧାରଣଙ୍କ ଇଚ୍ଛା ବୋଲି ସେ କହିଛନ୍ତି।



