www.samajalive.in
Thursday, December 11, 2025
23.1 C
Bhubaneswar

ସୂର୍ଯ୍ୟ ପରାଗ : ଜାଣି ରଖନ୍ତୁ ଏହି କଥା

ଆଜି ସୂର୍ଯ୍ୟ ପରାଗ । ପରାଗ ସମୟରେ ଭୋଜନ କରନ୍ତୁ ନାହିଁ। ଯଦି ସମ୍ଭବତଃ ପରାଗ ପୂର୍ବରୁ ତୁଳସୀ ଜଳରେ ପକାଇ ଏହାକୁ ପରାଗ ସମୟରେ ପିଇପାରିବେ। ତୁଳସୀ ପକାଇବା ଦ୍ୱାରା ଏହା ଜଳକୁ ଜୀବାଣୁ ମୁକ୍ତ ରଖିଥାଏ।
ପରାଗ ସମୟରେ ଗର୍ଭବତୀ ମହିଳାମାନେ ଅଧିକ ସତର୍କତା ଅବଲମ୍ବନ କରିବା ଉଚିତ। କେବଳ ଭଗବାନଙ୍କୁ ସ୍ମରଣ କରି ଗୋଟିଏ ସ୍ଥାନରେ ବସିବା ଉଚିତ।
ପରାଗ ସମୟରେ ଦେବନୀତି ମଧ୍ୟ କରାଯାଏ ନାହିଁ। ପରାଗ ଲାଗିବାର ପ୍ରାୟ ୧୨ଘଂଟା ଅର୍ଥାତ ଖରାପ ସମୟ ଆରମ୍ଭ ପୂର୍ବରୁ ଦେବନୀତି ବର୍ଜିତ ଥାଏ।
ପରାଗ ସମୟରେ ଭଗବାନଙ୍କ କୌଣସି ମୂର୍ତିକୁ ସ୍ପର୍ଶ କରନ୍ତୁ ନାହିଁ।
ପରାଗ ସମୟରେ କେଶ ଓ ନଖ କାଟନ୍ତୁ ନାହିଁ। ସିଲେଇ ମଧ୍ୟ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଅଶୁଭ ହୋଇଥାଏ। ଧାରୁଆ ଜିନିଷର ଏହି ସମୟରେ ବ୍ୟବହାର କରନ୍ତୁ ନାହିଁ।
ପରାଗ ସମୟରେ କୌଣସି ଶୁଭ କାର୍ୟ୍ୟର ଆରମ୍ଭ କରନ୍ତୁ ନାହିଁ।
ପରାଗ ସମୟରେ ଆମିଷ , ନିଶାଯୁକ୍ତ ଦ୍ରବ୍ୟର ସେବନ କରନ୍ତୁ ନାହିଁ। ଏହି ସମୟରେ ନଶୋଇବା ପାଇଁ ମଧ୍ୟ ଚେଷ୍ଟା କରନ୍ତୁ।
ପରାଗ ସମୟରେ ଭୋଜନ ପ୍ରସ୍ତୁତ କରନ୍ତୁ ନାହିଁ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories