www.samajalive.in
Wednesday, December 10, 2025
16.1 C
Bhubaneswar

ମରାମତି ହେଲା ପୁରୁଣା କଟକ-ସମ୍ବଲପୁର ରାସ୍ତା

ଗୁରୁଡିଝାଟିଆ: ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଯାତାୟାତ କରୁଥିବା ଗାଡିଚାଳକ ମନରେ ଖୁସି ଦେଖାଦେଇଛି । ରାସ୍ତା ଓ କୋଠାବାଡି ବିଭାଗର ନିର୍ବାହୀଯନ୍ତ୍ରୀ ଇଂ ପ୍ରଦୀପ କୁମାର ମହାନ୍ତି ଓ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ବେହେରାଙ୍କ ଉପସ୍ଥିତିରେ ଧବଳେଶ୍ୱର ଠାରୁ କଖଡି ପର୍ଯ୍ୟନ୍ତ ଖାଲଖମା ହୋଇ ବିପର୍ଯ୍ୟସ୍ତ ହୋଇପଡିଥିବା ରାସ୍ତାର ମରାମତିକାମ ପରେ ଏବେ ପିଚୁକାର୍ଯ୍ୟ ଚାଲିଛି । ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ପଥଚାରୀ ,ବିଦ୍ୟାର୍ଥୀ ଓ ଗାଡିଚାଳକ ବେଶ ସନ୍ତୋଷପ୍ରକାଶ କରିଛନ୍ତି ।

ଏତେଦିନ ପରେ ଯନ୍ତ୍ରଣାରୁ ମୁକ୍ତି ମିଳିଛି । ସୂଚନା ଅନୁଯାୟୀ ଏହି ରାସ୍ତା ପାଇକରାପୁର ଠାରୁ ଘଣ୍ଟିଖାଲ ପର୍ଯ୍ୟନ୍ତ ରାସ୍ତା ଏକପ୍ରକାର ମରଣଯନ୍ତା ପାଲଟିଥିଲା । ଗାଡିଚଳାକ କ’ଣ ପାଦରେ ଚାଲିଚାଲିଯିବା ମଧ୍ୟ ବିପଦସଂକୁଳ ଥିଲା । ବାଇକ ଚାଳକ ମାନେ ପ୍ରତ୍ୟେହ ଦୁର୍ଘଟଣାର ଶିକାର ହୋଇ ଆହତ ହେଉଥିଲେ । ଏ ସଂପର୍କରେ ସମାଜରେ ସଚିତ୍ର ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇଥିଲା । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାସ୍ତାର ଦୟନୀୟ ସ୍ଥିତି ଦେଖି ତୁରନ୍ତ ମରାମତି କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories