www.samajalive.in
Saturday, December 6, 2025
16.1 C
Bhubaneswar

ଅର୍ଚ୍ଚନା ନାଗର ସ୍ବାମୀ ଜଗବନ୍ଧୁ ଚାନ୍ଦକୁ ଗିରଫ କଲା ପୁଲିସ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସ୍ବାମୀକୁ ଗିରଫ କମିଶନରେଟ ପୁଲିସ ଗିରଫ କରିଛି। ଆଜି ସକାଳେ ଭୁବନେଶ୍ବର ସତ୍ୟ ବିହାର ଘରୁ ଉଠାଇ ନେଇଥିବା ଅର୍ଚ୍ଚନା ନାଗର ସ୍ବାମୀ ଜଗବନ୍ଧୁ ଚାନ୍ଦକୁ କମିଶନରେଟ ପୁଲିସ ଗିରଫ କରିଛି। କମିଶନରେଟ ପୁଲିସର ଏକ ସ୍ବତନ୍ତ୍ର ଟିମ ଜଗବନ୍ଧୁ ଚାନ୍ଦକୁ ଉଠାଇ ନେଇଥିଲା।
ଅର୍ଚ୍ଚନାର କଳା କାରନାମା ତଥା ଏତେ ବଡ଼ ସାମ୍ରାଜ୍ୟ ପଛରେ ଜଗବନ୍ଧୁର ଭୂମିକାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ତେବେ ଅର୍ଚ୍ଚନାଙ୍କ ବ୍ଲାକମେଲିଂ ମାମଲାରେ ଜଗବନ୍ଧୁ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି। ଅର୍ଚ୍ଚନା ବ୍ଲାକମେଲିଂ ଘଟଣାରେ ଜଗବନ୍ଧୁ ମାଷ୍ଟରମାଇଣ୍ଡ କୁହାଯାଉଥିଲା। ଦୀର୍ଘ ଦିନ ହେଲା ଜଗବନ୍ଧୁ ବାହାରେ ଥିବା ବେଳେ ସେ ସାକ୍ଷୀଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇ ଆସୁଥିଲା।
ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ୍ କୁହାଯାଉଥିବା ଏହି ମାମଲାର ପୁଲିସ ତଦନ୍ତର ଗତିକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା । ସଂଗୀନ ଦଫା ଲାଗିଥିବାରୁ ଅର୍ଚ୍ଚନାର ଜାମିନ୍ ଖାରଜ ହେବା ସହ ତାକୁ ଜେଲରେ ରଖାଯାଇଛି। କିନ୍ତୁ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଏବଂ ସହଯୋଗୀ ଖଗେଶ୍ୱର ପାତ୍ର ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି କୁହାଯାଉଥିଲା।
ଜଗବନ୍ଧୁ ନିଜ ସତ୍ୟବିହାରସ୍ଥିତ ଘରେ ଥିବା ବେଳେ କମିଶନରେଟ ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ଆଜି ସକାଳୁ ତାଙ୍କୁ ସେଠାରୁ ଉଠାଇ ନେଇ ଏକ ଗୁପ୍ତ ସ୍ଥାନରେ ରଖିଛି। ସେଠାରେ ତାଙ୍କୁ କିଛି ଉଚ୍ଚପଦସ୍ତ ଅଧିକାରୀ ପଚରାଉଚରା କରୁଥିବା ଜଣାଯାଇଛି। ଅର୍ଚ୍ଚନାର କଳା କାରନାମା ତଥା ଏତେ ବଡ଼ ସାମ୍ରାଜ୍ୟ ପଛରେ ଜଗବନ୍ଧୁର ଭୂମିକାକୁ ନେଇ ଏବେ ପୁଲିସ ପକ୍ଷରୁ ତଥ୍ୟ ହାସଲ କରିବା ପାଇଁ ଉଦ୍ୟମ ଜାରି ରହିଥିବା ଜଣାଯାଇଛି। ତାଙ୍କୁ ଏବେ ଅଟକ ରଖାଯାଇଥିବା ପୁଲିସ୍‌ ତରଫରୁ ସ୍ପଷ୍ଟ କରାଯାଇଛି।
ହନିଟ୍ରାପ, ସେକ୍ସ ସ୍କାଣ୍ଡାଲ୍‌ ଓ ବ୍ଲାକମେଲିଂ ଆଦିରେ ନିଜକୁ ଲିପ୍ତ ରଖି ଅଳ୍ପ କିଛି ବର୍ଷରେ କୋଟି କୋଟିର ଟଙ୍କା ସମ୍ପତ୍ତିର ମାଲିକାଣୀ ହୋଇ ପାରିଥିଲା ଅର୍ଚ୍ଚନା। ସେ ସତ୍ୟବିହାରସ୍ଥିତ ଆଲିଶାନ ବଙ୍ଗଳାରେ ନିଜ ସ୍ୱାମୀଙ୍କ ସହ ରହୁଥିଲା। ଅର୍ଚ୍ଚନାଙ୍କ ନାମରେ ଥାନାରେ ଅଭିଯୋଗ କରିଥିବା ପୀଡ଼ିତାଜଣକ ନିଜ ଅଭିଯୋଗପତ୍ରରେ ଜଗବନ୍ଧୁ ଓ ଖଗେଶ୍ୱରଙ୍କ ନାମ ଉଲ୍ଲେଖ କରିଥିଲେ। ହେଲେ ପୁଲିସ୍‌ କେବଳ ଥରେ ଜଗବନ୍ଧୁଙ୍କୁ ଡାକି ପଚରାଉଚରା କରି ଛାଡ଼ି ଦେଇଥିଲା। ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଛାଡ଼ି ଦିଆଯାଇଥିବା ସେତେବେଳେ ପୁଲିସ୍‌ ନିଜ ସଫେଇରେ କହିଥିଲା।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories