www.samajalive.in
Saturday, December 6, 2025
26.1 C
Bhubaneswar

ଲାଇମ୍‌‌ରୋଡ୍‌ ଅଧିଗ୍ରହଣ ପାଇଁ ୧୫୦ କୋଟି ନିବେଶ କରିବ ଭି-ମାର୍ଟ

ଭୁବନେଶ୍ୱର : ଭି-ମାର୍ଟ ରିଟେଲ ଲିମିଟେଡ୍‌‌ ପକ୍ଷରୁ ଲାଇମ୍‌‌ରୋଡ୍‌‌କୁ ଅଧିଗ୍ରହଣ କରିବା ଲାଗି ବୁଝାମଣା ସ୍ୱାକ୍ଷର କରାଯାଇଛି। ଏହା ଜରିଆରେ କମ୍ପାନୀ ଭାରତରେ ଡିଜିଟାଲ କ୍ରୟ କରୁଥିବା ୫ କୋଟି ଗ୍ରାହକଙ୍କ ପାଖରେ ପହଞ୍ଚିବା ଲକ୍ଷ୍ୟ ରଖିଛି। ଲାଇମ୍‌‌ରୋଡ ଦୈନିକ ୨,୫୦,୦୦୦ ଆପ୍‌‌ ଡାଉନ୍‌‌ଲୋଡ୍‌‌ ପ୍ରଦାନ କରୁଥିବା ବେଳେ ସର୍ବଭାରତୀୟ ସପିଙ୍ଗ ପ୍ଲେ ଷ୍ଟୋରରେ ତିନି ନମ୍ବର ସ୍ଥାନରେ ରହିଛି।

ଏହାର ଏନପିଏସ୍‌‌ ସ୍କୋର ୪୪ ଥିବାବେଳେ ଭାଲ୍ୟୁ ଫେସନ ରିଟେଲ୍‌‌ ପ୍ଲାଟଫର୍ମରେ ଦ୍ରୁତ ଅଭିବୃଦ୍ଧିଶୀଳ ଓମନି ଚ୍ୟାନେଲ୍‌‌ ହେବା ପାଇଁ ଭି-ମାର୍ଟ ଓ ଲାଇମ୍‌‌ରୋଡ୍‌‌ ପାଖରେ ଅଭିଜ୍ଞତା ରହିଛି। ଲାଇମରୋଡ୍‌‌କୁ ବ୍ୟାପକ କରିବା ଲାଗି ୧୫୦ କୋଟି ଟଙ୍କା ନିବେଶ କରିବାକୁ ଭି-ମାର୍ଟ ଯୋଜନା ରଖିଛି। ଲାଇମ୍‌‌ରୋଡ୍‌‌ର ପ୍ରତିଷ୍ଠାତା ସୁଚି ମୁଖାର୍ଜୀ ଏହି ଓମନି ଚ୍ୟାନେଲ ବ୍ୟବସାୟର ସିଇଓ ଭାବେ ଭି-ମାର୍ଟରେ ଯୋଗଦେବେ ଏବଂ ଲାଇମ୍‌‌ରୋଡ୍‌‌ର ସହ ପ୍ରତିଷ୍ଠାତା ଅଙ୍କୁଶ ମେହରା ସିଓଓ ଭାବେ କାର୍ଯ୍ୟ ଜାରି ରଖିବେ। ଏଥି ପାଇଁ ଭି-ମାର୍ଟ ଲାଗି ସ୍ୱତନ୍ତ୍ର ଆର୍ଥିକ ଉପଦେଷ୍ଟା ଭାବେ ମେଟା କ୍ୟାପିଟାଲ ଓ ଆଇନଗତ ପରାମର୍ଶଦାତା ଭାବେ ସରାଫ ଆଣ୍ଡ୍‌‌ ପାର୍ଟନର୍ସ କାର୍ଯ୍ୟ କରିଛନ୍ତି ବୋଲି ଭି-ମାର୍ଟ ରିଟେଲ୍‌‌ ଲିମିଟେଡ୍‌‌ର ପରିଚାଳନା ନିର୍ଦେଶକ ଲଳିତ ଅଗ୍ରୱାଲ ସୂଚନା ଦେଇଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories