ଗୁରୁଡିଝାଟିଆ: ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତାଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନରେ ଉତ୍ତରୋତ୍ତର ମଙ୍ଗଳକାମନା କରି ଆଠଗଡ ବିଜୁ ଜନତାଦଳ ପକ୍ଷରୁ ପ୍ରସିଦ୍ଧ ଶୈବପୀଠ ଧଳେଶ୍ୱରରେ ପୂଜାର୍ଚ୍ଚନା କରିବା ସହ ଦୀପଦାନ କରିଥିଲେ। ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ, ଜିଲା ପରିଷଦ ସଦସ୍ୟ ବଳଭଦ୍ର ବାଘ, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରିୟବ୍ରତ ସାହୁ, ବିଜୁ ଛାତ୍ର ଜନତା ଦଳ ସଭାପତି ସତ୍ୟପ୍ରିୟ ମହାନ୍ତି, ବିଜୁ ଯୁବ ଜନତା ଦଳ ସଭାପତି ବିନୋଦ ମାଝି, ସନ୍ତୋଷ ବେହେରା, ପୂର୍ବତନ ସମିତିସଭ୍ୟ ନରେନ୍ଦ୍ର ସାହୁ, ଶ୍ରୀକର ଜେନା ଓ ଦଳୀୟକର୍ମୀଙ୍କ ସହିତ ପୂଜକମାନେ ଉପସ୍ଥିତି ରହିଥିଲେ।
Popular Categories



