www.samajalive.in
Monday, December 8, 2025
24.1 C
Bhubaneswar

ଜାତୀୟ ରୋଇଂ ପ୍ରତିଯୋଗୀତାରେ ସୋନାଲିକାଙ୍କୁ ବ୍ରୋଞ୍ଜ ପଦକ

ଗୁରୁଡିଝାଟିଆ: ଗୁଜୁରାଟର ଅହମଦାବାଦ ଠାରେ ଜାତୀୟ ରୋଇଂ ପ୍ରତିଯୋଗୀତାରେ ଆଠଗଡ ବ୍ଲକ ବାଳି ଗାଁର ଝିଅ ତଥା ବାଳି କଲେଜର ଛାତ୍ରୀ ସୋନାଲିକା ଦାସ ବ୍ରୋଞ୍ଜ ପଦକ ହାସଲ କରି ନିଜ ମହାବିଦ୍ୟାଳୟ ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ସୋନାଲିକା ବାଳିସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର +୩ ଦ୍ୱିତୀୟ ବର୍ଷର ଛାତ୍ରୀ ଅଟନ୍ତି। ଖେଲୋ ଇଣ୍ଡିଆ ଦ୍ୱାରା ଚୟନ ହୋଇ ରୋଇଂ ବିଭାଗରେ ମନୋନୀତ ହୋଇ କ୍ରିଡ଼ା ବିଭାଗର ଛାତ୍ରାବାସରେ ପ୍ରଶିକ୍ଷଣ ନେଉଥିଲେ।

ଅକ୍ଟୋବର ୩ ତାରିଖ ଦିନ ଗୁୁଜୁରାଟର ଅହମଦାବାଦ ଠାରେ ଅନୁଷ୍ଠିତ ଜାତୀୟ ରୋଇଂ ପ୍ରତିଯୋଗୀତାରେ ସୋନାଲିକା ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଆଠଗଡ ବିକାଶ ମଞ୍ଚ ସଭାପତି ମାନସ ବସ୍ତିଆ ସୋନାଲିକା ରହୁଥିବା ବାଳିସ୍ଥିତ ମାମୁଁ କୃଷ୍ଣଚନ୍ଦ୍ର ଦାସ ଓ ସନ୍ଧ୍ୟାରାଣୀ ଦାସଙ୍କ ଘରେ ପହଞ୍ଚି ସମ୍ବର୍ଦ୍ଧିତ କରିବା ସହ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories