www.samajalive.in
Thursday, December 11, 2025
26.1 C
Bhubaneswar

ଆଇନ ମନ୍ତ୍ରୀ ଏବଂ ଆଇନ ସଚିବଙ୍କ ସମ୍ମିଳନୀକୁ ଆଜି ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ସୋମବାର)  ଭିଡିଓ ବାର୍ତ୍ତା ମାଧ୍ୟମରେ ଆଇନ ମନ୍ତ୍ରୀ ତଥା ଆଇନ ସଚିବ ମାନଙ୍କର ସର୍ବଭାରତୀୟ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ।

ଏହି ଦୁଇ ଦିନିଆ ସମ୍ମିଳନୀ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ଗୁଜୁରାଟର ଏକତା ନଗରରେ ଆୟୋଜିତ ହେଉଛି । ଏହି ସମ୍ମିଳନୀର ନୀତି ନିର୍ଦ୍ଧାରଣକାରୀଙ୍କ ପାଇଁ ଭାରତୀୟ ଆଇନ ଏବଂ ନ୍ୟାୟିକ ବ୍ୟବସ୍ଥା ସହ ଆଲୋଚନା କରିବା ପାଇଁ ଏକ ସାଧାରଣ ଫୋରମ୍ ଯୋଗାଇବା । ଏହି ସମ୍ମିଳନୀ ମାଧ୍ୟମରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସେମାନଙ୍କର ସର୍ବୋତ୍ତମ ଅଭ୍ୟାସ ସେୟାର କରିବାକୁ, ନୂତନ ଧାରଣା ଆଦାନ ପ୍ରଦାନ ଏବଂ ପାରସ୍ପରିକ ସହଯୋଗରେ ଉନ୍ନତି ଆଣିବାକୁ ସମର୍ଥ ହେବେ ।

- Advertisement -

ଏହି ସମ୍ମିଳନୀରେ ବିବାଦ ସମାଧାନର ବିକଳ୍ପ ବ୍ୟବସ୍ଥା ଯେପରିକି ଆରବିଟ୍ରେସନ ଏବଂ ସ୍ୱଳ୍ପ ବ୍ୟୟରେ ଶୀଘ୍ର ନ୍ୟାୟ ପାଇଁ ମଧ୍ୟସ୍ଥତା ପରି ବିଷୟଗୁଡିକ ଉପରେ ଆଲୋଚନା ହେବ । ଅନ୍ୟଗୁଡିକ ଭିତରେ ସାମଗ୍ରିକ ଭାବେ ଆଇନ ଭିତ୍ତିଭୂମିର ନବୀକରଣ; ପୁରୁଣା ନିୟମ ହଟାଇବା; ନ୍ୟାୟ ପାଇବାରେ ଉନ୍ନତି ଆଣିବା; ମାମଲାଗୁଡ଼ିକର ଅପେକ୍ଷାକୁ ହ୍ରାସ କରିବା ଏବଂ ଶୀଘ୍ର ଫଏସଲା ନିଶ୍ଚିତ କରିବା ; କେନ୍ଦ୍ର-ରାଜ୍ୟ ମଧ୍ୟରେ ଉନ୍ନତ ସମନ୍ୱୟ ପାଇଁ ରାଜ୍ୟ ବିଲ୍ ସମ୍ବନ୍ଧୀୟ ପ୍ରସ୍ତାବରେ ସମାନତା ଆଣିବା; ରାଜ୍ୟ ଆଇନ ବ୍ୟବସ୍ଥାର ମଜବୁତ ଆଦି ରହିବ ।

Hot this week

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

Related Articles

Popular Categories