www.samajalive.in
Monday, December 8, 2025
13.1 C
Bhubaneswar

ଝାରସୁଗୁଡ଼ାରୁ ଉଡ଼ାନ୍‍ ଉଭାନ!

ଝାରସୁଗୁଡ଼ା: ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍‍ଘାଟନକୁ ଇତିମଧ୍ୟରେ ମାସେ ପୂରିଗଲାଣି। ଅଥଚ ଏହି ସମୟ ମଧ୍ୟରେ ଉଡାନ୍‍ର ସ୍ୱପ୍ନ ପୂରଣ ହୋଇପାରି ନାହିଁ। ସେହିପରି ଚପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ବିମାନବନ୍ଦରର ନାମକରଣ ମଧ୍ୟ ହୋଇପାରି ନାହିଁ।
ପ୍ରଧାନମନ୍ତ୍ରୀ ଗତ ସେପ୍ଟେମ୍ବର ୨୨ ତାରିଖରେ ଏହି ବିମାନବନ୍ଦରର ଉଦ୍‍ଘାଟନ କରିଥିଲେ। ଏହା ପରେ ଏଠାରୁ ଏୟାର ଓଡ଼ିଶାର ଏକ ବିମାନ କିଛି ଦିନ ପାଇଁ ଚଳାଚଳ କରିଥିଲା। କିନ୍ତୁ ଗତ ୧୫ ଦିନ ହେବ ଏହି ବିମାନ ସେବା ବନ୍ଦ ହୋଇଯାଇଛି। ଫଳରେ ହାୱାଇ ଚପଲ ପିନ୍ଧା ଲୋକ ହାୱାଇ ଜାହାଜରେ ଯାତ୍ରା କରିବାର ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି। ବିଗତ କିଛି ଦିନ ହେବ ଉଡ଼ାନ ଜରିଆରେ ଏୟାରକ୍ରାଫ୍ଟ ଚଳାଚଳ କରୁଥିବା ଏୟାର ଓଡ଼ିଶାର ୱେବସାଇଟ ବନ୍ଦ ରହିଥିଲା। ଫଳରେ ଏୟାର ଓଡ଼ିଶାର ସ୍ଥିତି ନେଇ ଲୋକେ ଆଶଙ୍କିତ ହୋଇପଡ଼ିଥିଲେ। ପରେ ଏୟାର ଓଡ଼ିଶାର ୱେବସାଇଟ ଖୋଲିଲା, କିନ୍ତୁ ଝାରସୁଗୁଡ଼ାରୁ ଭୁବନେଶ୍ୱର କିମ୍ବା ରାଜ୍ୟର ଅନ୍ୟସ୍ଥାନକୁ ବିମାନ ଚଳାଚଳ ପାଇଁ ବୁକିଂ ଖୋଲି ନ ଥିଲା। ତେବେ ଗତ ୧୫ ଦିନ ପୂର୍ବରୁ ଏୟାର ଓଡ଼ିଶା ତାର ଏୟାର କ୍ରାଫ୍ଟ ବନ୍ଦ କରିଦେବା ସହିତ ଝାରାସୁଗୁଡ଼ା ବିମାନବନ୍ଦରରେ ଥିବା ତାର ବୁକିଂ କାଉଣ୍ଟର ମଧ୍ୟ ବନ୍ଦ କରିଦେଇଛି। ଏୟାର ଓଡ଼ିଶାର କଷ୍ଟମର କେୟାର ଅଫିସକୁ ଫୋନ୍‍କଲେ କେହି ଫୋନ ଉଠାଉ ନାହାନ୍ତି ବୋଲି ଗ୍ରାହକମାନେ ଅଭିଯୋଗ କରିଛନ୍ତି। ଝାରସୁଗୁଡ଼ା ବିମାନବନ୍ଦର ନିର୍ଦେଶକ ଏସ୍‍କେ ଚୌହାନଙ୍କୁ ପଚାରିବାରୁ ଉଡ଼ାନ ସେବା ପୁନଃ ଆରମ୍ଭ ହେବ କି ବଡ଼ ବିମାନ ଝାରସୁଗୁଡ଼ାରୁ ଦେଶର ଅନ୍ୟ ସ୍ଥାନକୁ କେବେଠାରୁ ଚଳାଚଳ କରିବ ତାଙ୍କ ପାଖରେ କୌଣସି ଖବର ନ ଥିବା ଶ୍ରୀ ଚୌହାନ କହିଛନ୍ତି।
ଏହାପୂର୍ବରୁ ମଧ୍ୟ ଗତ ୨୦୧୫ ନଭେମ୍ବର ୨ରୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଏୟାର ଓଡ଼ିଶା ଉଡାଣ ଆରମ୍ଭ କରିଥିଲା। ସେତେବେଳେ ମଧ୍ୟ ଦୁଇଦିନ ଏହି ବିମାନ ଚଳାଚଳ କରିବା ପରେ ବାତିଲ ହୋଇଯାଇଥିଲା। ଆଜି ମଧ୍ୟ ଏୟାର ଓଡ଼ିଶା ତାର ଇତିହାସ ଦୋହରାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଫଳରେ ବହୁ ଆଡମ୍ବରରେ ଉଦ୍‍ଘାଟିତ ହୋଇଥିବା ଝାରସୁଗୁଡ଼ା ବିମାନବନ୍ଦର ଏବେ କେବଳ ଲୋକଙ୍କ ବୁଲିବା ସ୍ଥାନ ପାଲଟି ଯାଉଛି। ୫୦ ଟଙ୍କା ଟିକଟ କରି ଭିତରେ ବୁଲି ସେଲଫି ଉଠାଇବାକୁ ଲୋକେ ଏଠାକୁ ଦୈନିକ ଆସୁଥିବା ଦେଖିବାକୁ ମିଳୁଛି।

ହୋଇପାରୁନି ନାମକରଣ

ଝାରସୁଗୁଡ଼ା ବିମାନ ବନ୍ଦରକୁ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଥିଲେ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପର୍ଯ୍ୟନ୍ତ ବହୁ ଦାବି କରାଯାଇଥିଲା। ତେବେ ଲୋକଙ୍କ ଭାବାବେଗକୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ ଉଦ୍‍ଘାଟନ ବେଳେ ଏହାକୁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ବୋଲି ଘୋଷଣା କରିଥିଲେ। ତେବେ ଏହି ଘୋଷଣାର ଏକ ମାସ ବିତିଗଲେ ମଧ୍ୟ ଝାରସୁଗୁଡ଼ା ବିମାନ ବନ୍ଦରର ନାମ ଏଯାଏ ପରିବର୍ତ୍ତନ ହୋଇପାରିନାହିଁ। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦିନକୁ ଦିନ ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories