www.samajalive.in
Thursday, December 11, 2025
26.1 C
Bhubaneswar

ଓଏଏସ ପରୀକ୍ଷାରେ ସଫଳତା ପାଇଥିବା ସତ୍ୟଶାନ୍ତି ମାଝୀଙ୍କୁ ସମ୍ବର୍ଦ୍ଧନା

ତିଗିରିଆ :  ଅଚଳକୋଟ ପଞ୍ଚାୟତ ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଥିବା ଅଚଳକୋଟ ଗ୍ରାମର ସତ୍ୟଶାନ୍ତି ମାଝିଙ୍କୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦେଶ କ୍ରମେ ଅଚଳକୋଟ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ରୋଜାଲିନ ବଳିୟାରସିଂହ, ସମିତିସଭ୍ୟ ଝିପି ସାହୁ, ପୂର୍ବତନ ସମିତିସଭ୍ୟ ଅଚ୍ୟୁତ ଜେନା, ବିରଞ୍ଚି ନାରାୟଣ ସ୍ୱାଇଁ, ପ୍ରଫୁଲ୍ଲ ପ୍ରଧାନ, ସୁବାଷ ଧଳ, ପ୍ରତାପ ଚନ୍ଦ୍ର ମାଝୀ, ବାବୁଲି ମାଝୀ, ଅମୂଲ୍ୟ ଦାସ, ଯୋଗେଶ ଚନ୍ଦ୍ର ଖଟୁଆ ପ୍ରମୁଖ ପୁଷ୍ପୁଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଅଚଳକୋଟ ଗ୍ରାମର ବରିଷ୍ଠ ଆଇନଜୀବୀ ଦୁର୍ଗା ଚରଣ ମାଝୀ ଏବଂ ଶିକ୍ଷୟିତ୍ରୀ ପ୍ରମିଳା ସିଂହଙ୍କ ପୁତ୍ର ସତ୍ୟଶାନ୍ତି ମାଝୀ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଥିବାରୁ ସମଗ୍ର ପଞ୍ଚାୟତରେ ଆନନ୍ଦ ପ୍ରକାଶ ପାଇଛି ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories