www.samajalive.in
Wednesday, December 10, 2025
26.1 C
Bhubaneswar

ମହିଳାଙ୍କୁ ପଥରରେ ବାନ୍ଧି କୂଅକୁ ଠେଲିଦେଲେ

କଲମପୁର : କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଞ୍ଚଳରେ ଅପରାଧୀମାନେ ଏକ ଅଭାବନୀୟ ଘଟଣା ଘଟାଇଛନ୍ତି। ଦୁର୍ବୃତ୍ତମାନେ ବାଇକ, ସାଇକଲ ଓ ୨ଟି ତିନି ଚକିଆ ସାଇକଲ ପୋଡ଼ି ଦେଇଛନ୍ତି। ଅପରପକ୍ଷରେ ଜଣେ ମହିଳାଙ୍କ ଅଣ୍ଟାରେ ପଥର ବାନ୍ଧି ତାଙ୍କୁ କୂଅକୁ ଠେଲି ଦେଇଥିବା ଏଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସମ୍ପୃକ୍ତ ମହିଳା ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ଧାମନଗୁଡ଼ା ପଲାସପଡ଼ାର ଚିତ୍ର ମାଝୀ ନାମକ ଜଣେ ପକ୍ଷାଘାତ ରୋଗୀ ନିଜ ବାଇକ, ୨ଟି ସାଇକଲ ଓ ତିନି ଚକିଆ ସାଇକଲକୁ ଘର ବାରଣ୍ଡାରେ ରଖି ଗତକାଲି ରାତିରେ ​ଶୋଇଥିବା ବେଳେ କେହି ଦୁର୍ବୃତ୍ତ ବାଇକ ପୋଡ଼ି ଦେଇଥିଲେ। ଘର ଲୋକ ଏହା ଜାଣିଲା ବେଳକୁ ବାଇକ, ସାଇକଲ ଓ ତିନିଚକିଆ ସାଇକଲ ପୋଡ଼ି ସାରିଥିଲା। ପଡ଼ୋଶୀଙ୍କ ସହାୟତାରେ ଘର ଲୋକେ ନିଆଁ ଲିଭାଇବାକୁ ପାଖ କୂଅକୁ ପାଣି ଆଣିବାକୁ ଯାଇଥିଲାବେଳେ ସେଠାରେ ଆହୁରି ସାଂଘାତିକ ଦୃଶ୍ୟ ଆଖିରେ ପଡ଼ିଥିଲା। ଜଣେ ମହିଳାଙ୍କ ଅଣ୍ଟାରେ ପଥର ବାନ୍ଧି ତାଙ୍କୁ ଉକ୍ତ କୂଅରେ ପକାଇ ଦିଆଯାଇଥିଲା। ତେବେ ସମ୍ପୃକ୍ତ ମହିଳା କୂଅ ଭିତରେ ଲାଗିଥିବା ପାଇପକୁ ଧରି ଲଟକିଥିଲେ। ତାଙ୍କୁ କୂଅରୁ ଉଦ୍ଧାର କରାଯାଇଛି। ଏହି ମହିଳା ସେହି ଗାଁର ଗୋମତୀ ମାଝୀ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାତାରାତି ଆମ୍ବୁଲାନ୍ସ ଯୋଗେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। କିଏ କାହିଁକି ଏଭଳି ଭୟାନକ କାଣ୍ଡ କଲା ତାହା ଜଣାପଡ଼ି ନାହିଁ। ରାତିସାରା ପାଣିରେ ବୁଡ଼ି ରହିଥିବାରୁ ଗୋମତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତେଣୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତାଙ୍କ ପରିବାର ଏହି ଘଟଣାରେ ଜୟପାଟଣା ଥାନାର ଦ୍ୱାରସ୍ଥ ହେଇଛନ୍ତି। ଅନ୍ୟପଟେ ଗୋମତୀ ବାଇକ ପୋଡ଼ିଥିବା ଦୁର୍ବୃତ୍ତଙ୍କୁ ଚିହ୍ନି ପକାଇବା ଆଶଙ୍କାରେ ତାଙ୍କୁ କୂଅରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି।
ମହିଳା ମୁହଁ ଖୋଲିଲେ ରହସ୍ୟ ଉପରୁ ପରଦା ହଟିବ। ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରିଆଙ୍କ ନିର୍ଦ୍ଦେଶରେ ଏଏସଆଇ ସୁନିଲ କୁମାର ପାଢ଼ୀ ପଲାସପଡ଼ାକୁ ଯାଇ ଘଟଣାର ତଦନ୍ତ କରିଛନ୍ତି। କୌଣସି ଘରୋଇ ବିବାଦକୁ ଭିନ୍ନ ରୂପ ଦେବା ପାଇଁ ଏଭଳି ହୀନ ଉଦ୍ୟମ କରାଯାଇଥିବା ସନ୍ଦେହ କରାଯାଉଛି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories