www.samajalive.in
Monday, December 8, 2025
20.1 C
Bhubaneswar

ଭୁବନେଶ୍ୱରରେ ୪ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତି ଫୁଟବଲ୍ କ୍ରୀଡାର ମହତ୍ତ୍ୱକୁ ବଢ଼ାଇଛି : ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ କ୍ରୀଡ଼ାକୁ ଗୁରୁତ୍ୱ ଦିଆଯାଉଛି, ଦେଶରେ କ୍ରୀଡାର ନୂଆ ବାତାବରଣ ସୃଷ୍ଟି ହୋଇଛି

 ଭୁବନେଶ୍ୱର :  ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ମଙ୍ଗଳବାର ସଂଧ୍ୟାରେ ଅନୁଷ୍ଠିତ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପର ମ୍ୟାଚକୁ ଉପଭୋଗ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭାରତ ଓ ଆମେରିକା ମଧ୍ୟରେ ଆୟୋଜିତ ଫୁଟବଲ ମ୍ୟାଚକୁ ଶ୍ରୀ ପ୍ରଧାନ ଉପଭୋଗ କରିଥିଲେ । ସେ କହିଛନ୍ତି ଓଡ଼ିଶା, ଗୋଆ ଏବଂ ମହାରାଷ୍ଟ୍ରରେ ଫିଫା ଏବଂ ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫଏଫ) ସହଯୋଗରେ ଏହି ବିଶ୍ୱକପ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ କ୍ରୀଡ଼ାକୁ ଗୁରୁତ୍ୱ ଦିଆଯାଉଛି । ଆଜି ଦେଶରେ କ୍ରୀଡ଼ାର ବାତାବରଣ ବଦଳିଛି । ଆଜି ଭୁବନେଶ୍ୱରରେ ଆୟୋଜିତ ମ୍ୟାଚରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ, କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ ପାରମାଣିକ, ଫିଫାର ମହାସଚିବ ଫାତମା ସମୌରା, ଏଆଇଏଫଏଫର ସଭାପତି କୌଲ୍ୟାଣ ଚୌବେଙ୍କ ଉପସ୍ଥିତି ଦ୍ୱାରା ଫୁଟବଲ୍ କ୍ରୀଡାର ମହତ୍ତ୍ୱ ବଢ଼ିଛି ।

- Advertisement -

ଉଭୟ ଦଳର ଖେଳାଳୀ ମାନଙ୍କର ଉଚ୍ଚ ମାନର କ୍ରୀଡ଼ା ପ୍ରଦର୍ଶନକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି । ସେହିପରି ଭାରତର ଖେଳାଳୀ ମାନଙ୍କୁ ଆଗାମୀ ଦିନ ମାନଙ୍କରେ ହେବାକୁ ଥିବା ମ୍ୟାଚ୍ ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories