www.samajalive.in
Wednesday, December 10, 2025
26.1 C
Bhubaneswar

ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିବାକୁ ବର୍ତ୍ତମାନର ପ୍ରଧାନ ବିଚାରପତି ୟୁୟୁ ଲଳିତ ସୁପାରିସ କରିଥିବା ଜଣାପଡ଼ିଛି।
ପ୍ରଚଳିତ ପ୍ରକ୍ରିୟା ଅନୁଯାୟୀ ବର୍ତ୍ତମାନ ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କୁ ନିଜ ଉତ୍ତରାଧିକାରୀ ବାଛିବାକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ତରଫରୁ ପତ୍ର ଲେଖାଯାଇଥିଲା। ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ଙ୍କୁ ନିଜ ଉତ୍ତରାଧିକାରୀ ଭାବେ ପ୍ରଧାନ ବିଚାରପତି ୟୁୟୁ ଲଳିତ ବାଛିବା ସହ ଏ ସଂକ୍ରାନ୍ତରେ ଆଇନ ମନ୍ତ୍ରଣାଳୟକୁ ଜଣାଇ ଦେଇଛନ୍ତି। ପ୍ରଧାନ ବିଚାରପତି ୟୁୟୁ ଲଳିତ ଆସନ୍ତା ନଭେମ୍ବର ୮ରେ ଅବସର ଗ୍ରହଣ କରିବାକୁ ଥିବାରୁ ନଭେମ୍ବର ୯ରେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ପ୍ରଧାନ
0ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ।
ସୂଚନାଥାଉ କି ୟୁୟୁ ଲଳିତ ୭୪ ଦିନ ପାଇଁ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଅନ୍ୟପକ୍ଷରେ ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ୨ବର୍ଷ ପାଇଁ ପ୍ରଧାନ ବିଚାରପତି ଭାବେ କାମ କରିବେ। ସେ ୨୦୨୪ ନଭେମ୍ବର ୧୦ରେ ଅବସର ନେବେ। ଜଷ୍ଟିସ୍‌ ଚନ୍ଦ୍ରଚୂଡ଼ ହେଉଛନ୍ତି ପୂର୍ବତନ ପ୍ରଧାନ ବିଚାରପତି ୱାଇଭି ଚନ୍ଦ୍ରଚୂଡ଼ଙ୍କ ପୁଅ। ୱାଇଭି ଚନ୍ଦ୍ରଚୂଡ଼ ୧୯୭୮ ଫେବୃଆରୀ ୨୨ରୁ ଜୁଲାଇ ୧୧, ୧୯୮୫ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories