www.samajalive.in
Thursday, December 11, 2025
13.1 C
Bhubaneswar

 ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣେ ଆହତ

କାମାକ୍ଷାନଗର :  କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ଥାନା ଦଶୀପୁର ଗ୍ରାମରେ ସରକାରୀ ଜମିକୁ ନେଇ ସାଧାରଣ ବର୍ଗ ଓ ଅନୁସୂଚିତ ଜାତିର ବର୍ଗ ଭିତରେ ସଂଘର୍ଷରେ ଜଣେ ଆହତ ହୋଇଛନ୍ତି । ସୂଚନା ମୁତାବକ ଏକ ସରକାରୀ ଜମି ଉପରେ ଆଜକୁ ପ୍ରାୟ କିଛି ବର୍ଷ ହେବ ଦଶୀପୁର ଗ୍ରାମର ଗଦାଧର ସ୍ୱାଇଁ ଘର କରି ରହି ଆସୁଛନ୍ତି । ମଙ୍ଗଳବାର ଦିନ ସକାଳୁ ଘରର ଚାରି ପାଖରେ ଥିବା ଗଛରେ ତାର ବାଡ ଦେଉଥିଲେ। ସେହି ତାରବାଡକୁ ବିରୋଧ କରି ନାଏକ ସାହିର କିଛି ପରିବାର ଲୋକେ ଆସି ବିରୋଧ କରିଥିଲେ। ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ଗଣ୍ଡଗୋଳ ଭିତରେ ଜନୈକ ବ୍ୟକ୍ତି ବୋମାମାଡ କରିଥିବା ବେଳେ ତାହା କତୁ ନାଏକଙ୍କ ଉପରେ ପଡିବାରୁ ତାଙ୍କ ଗୋଡରେ ଆଘାତ ଲାଗିଛି। ଖବରପାଇ ପରଜଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକୁ ନିଜ ଆୟତକୁ ନେଇଥିଲେ। ବର୍ତ୍ତମାନ ପରିସ୍ଥିତି ସ୍ବାଭାବିକ ଅଛି। ଉଭୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ବୋମା ବିସ୍ଫୋରଣରେ ଓ ଘଟଣା ଉପରେ ଅନୁଧ୍ୟାନ ଚାଲିଛି। ତଦନ୍ତ ଜାରି ରହିଛି ବୋଲି ପରଜଙ୍ଗ ଥାନା ସୂତ୍ରରୁ ଜଣାଯାଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories