www.samajalive.in
Monday, December 8, 2025
24.1 C
Bhubaneswar

ଦୁଇ ଦିନିଆ ତ୍ରିପୁରା ଗସ୍ତରେ ଯିବେ ରାଷ୍ଟ୍ରପତି

ଅଗରତାଲା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦୁଇ ଦିନିଆ ତ୍ରିପୁରା ଗସ୍ତରେ ଯିବେ। ଏହି ସମୟରେ ସେ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବେ। ରାଷ୍ଟ୍ରପତି ହେବା ପରେ ଏହା ଶ୍ରୀମତି ମୁର୍ମୁଙ୍କର ପ୍ରଥମ ଉତ୍ତର-ପୂର୍ବ ଗସ୍ତ। ରାଷ୍ଟ୍ରପତି ଆସନ୍ତାକାଲି ସକାଳ ୧୧.୧୫ରେ ମହାରାଜା ବୀର ବିକ୍ରମ ବିମାନବନ୍ଦରରେ ପହଞ୍ଚିବେ। ଉତ୍ତର-ପୂର୍ବ ସୀମାନ୍ତ ରେଳବାଇ(ଏନଏଫଆର)ର ଜଣେ ଅଧିକାରୀ କହିଛନ୍ତି ଯେ, ରାଷ୍ଟ୍ରପତି ଗୁରୁବାର ଅଗରତାଲା ରେଳ ଷ୍ଟେସନରୁ ଅଗରତାଲା-କୋଲକାତା ପାସେଞ୍ଜର ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ।

ତ୍ରିପୁରା ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି, ଦୁଇ ଦିନିଆ ରହଣି ସମୟରେ ଶ୍ରୀମତି ମୁର୍ମୁ ଜୁଡିସିଆଲ୍ ଏକାଡେମୀର ଉଦଘାଟନ କରିବେ ଏବଂ ଅଗରତାଲାର ସହରତଳି ଅଞ୍ଚଳ ନରସିଂହଗଡରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

- Advertisement -

ଟାଉନ ହଲରେ ଅଗରତାଲା ମ୍ୟୁନିସିପାଲ କର୍ପୋରେସନ(ଏଏମସି) ଦ୍ୱାରା ରାଷ୍ଟ୍ରପତି ଶ୍ରୀମତି ମୁର୍ମୁଙ୍କୁ ସ୍ବାଗତ କରାଯିବ, ଯେଉଁଠାରେ ମୁଖ୍ୟମନ୍ତ୍ରୀ ମାଣିକ ସାହା, ମେୟର ଦୀପକ ମଜୁମଦାର ଏବଂ କ୍ୟାବିନେଟ ମନ୍ତ୍ରୀମାନେ ଉପସ୍ଥିତ ରହିବେ। ରାଷ୍ଟ୍ରପତି ନେତା, ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସାଧାରଣ ଜନତାଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି।

ସେ ଅକ୍ଟୋବର ୧୩ରେ ଉଦୟପୁର ଯାଇ ତ୍ରିପୁରେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ଏହାପରେ ରାଷ୍ଟ୍ରପତି ଗୌହାଟୀ ଅଭିମୁଖେ ବାହାରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଅଗରତାଲା ଏବଂ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

 

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories