www.samajalive.in
Monday, December 8, 2025
13.1 C
Bhubaneswar

ବାଇକ ପୋଡି, ମହିଳାଙ୍କୁ ପଥରରେ ବାନ୍ଧି କୁଅରେ ପକାଇଲେ ଦୁର୍ବୁତ୍ତ

କଲମପୁର: ଏକ ବାଇକକୁ ପୋଡିବା ସହ ଜଣେ ମହିଳାଙ୍କୁ ପଥରରେ ବାନ୍ଧି କୁଅରେ ପକାଇ ହତ୍ୟା ଉଦ୍ୟମ କରିବା ଭଳି ଅଭାବନୀୟ ଘଟଣା ଜୟପାଟଣା ଥାନା ଅଂଚଳରେ ଆଲୋଡନ ସୃଷ୍ଟି କରିଛି। ସୁଚନା ଅନୁସାରେ ଧାମନଗୁଡା ପଲାସପଡ଼ାର ଚିତ୍ର ମାଝୀ ନାମକ ଜଣେ ପକ୍ଷାଘାତ ରୋଗୀ ନିଜ ବାଇକ ସମେତ ୨ଟି ସାଇକଲ ତିନି ଚକିଆ ସାଇକଲକୁ ଘର ବାରଣ୍ଡାରେ ରଖି ଦେଇ ପରିବାର ସହ ଶୋଇଥିଲେ। ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ବାଇକରେ ନିଆଁ ଲଗାଇ ଦେଇଥିଲେ। ଏନେଇ ଘର ଲୋକ ଜାଣିଲା ବେଳକୁ ବାଇକ ସମେତ ସାଇକଲ ଓ ତିନିଚକିଆ ସାଇକଲ ପୋଡି ଯାଇଥିଲା।

ପଡୋଶୀଙ୍କ ସହାୟତାରେ ପରିବାର ଲୋକେ ଉକ୍ତ ଘରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ନିକଟସ୍ଥ କୂଅରୁ ପାଣି ଆଣିବାକୁ ଯାଇଥିବା ବେଳେ ସେଠାରେ ଜଣେ ମହିଳାଙ୍କୁ ପଥରରେ ବାନ୍ଧି ପକାଇ ଦିଆଯାଇଥିଲା। କିନ୍ତୁ ମହିଳା ଜଣକ କୂଅରେ ଲାଗିଥିବା ପାଇପକୁ ଧରି ରହିଥିଲେ। ତାଙ୍କୁ ଉକ୍ତ ମହିଳାଙ୍କ ପୁଅ ପଡୋଶୀଙ୍କ ସହାୟତାରେ ଉଦ୍ଧାର କରିଥିଲେ। ମହିଳା ଜଣକ ସେହି ଗାଁର ଗୋମତୀ ମାଝୀ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ରାତିରେ ହିଁ ଏକ ଆମ୍ବୁଲାନ୍ସ ସହଯୋଗରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। କିଏ କାହିଁକି ଏଭଳି କାଣ୍ଡ ଭିଆଇଲା ସେନେଇ କୌଣସି ସୁଚନା ମିଳି ନାହିଁ। ଅନ୍ୟପଟେ ମହିଳା ଜଣକଙ୍କ ସ୍ୱାସ୍ତ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳି ନାହିଁ। ଏନେଇ ସେ ଜୟପାଟଣା ଥାନାର ଦ୍ୱାରସ୍ଥ ହେଇଛନ୍ତି।

- Advertisement -

ଅନ୍ୟପଟେ ମହିଳା ଜଣକ ଦୁର୍ବୁତ୍ତଙ୍କୁ ଚିହ୍ନି ଦେଇଥିବା ଆଶଙ୍କା କରି ସେମାନେ ଏଭଳି କାଣ୍ଡ ଭିଆଇ ଥିବା ଆଶଙ୍କା କରାଯାଉଛି। ମହିଳା ଜଣକ ମୁହଁ ଖୋଲିଲେ ଏହି ରହସ୍ୟ ଉପରୁ ପରଦା ହଟିବ। ଅନ୍ୟପଟେ ଏନେଇ ଜୟପାଟଣା ପୁଲିସ ସୁଚନା ପାଇବା ପରେ ଥାନା ଅଧିକାରୀ ବାସୁଦେବ ଛତ୍ରିଆଙ୍କ ନିର୍ଦ୍ଦେଶରେ ଏ.ଏସ.ଆଇ ସୁନିଲ କୁମାର ପାଢ଼ୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସୁରକ୍ଷା ବଳ ପଲାସପଡ଼ା ଠାରେ ପହଂଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories