www.samajalive.in
Monday, December 8, 2025
20.1 C
Bhubaneswar

ଠେଲକୋଲୋଇରେ ଗଜଲକ୍ଷ୍ମୀ ପୂଜା

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ଠେଲକୋଲୋଇ ଗ୍ରାମରେ ଗତ ୯ତାରିଖ ରୁ ଆରମ୍ଭ ହୋଇ ଥିବା ଗଜଲକ୍ଷ୍ମୀ ପୂଜା ଗତକାଲି ସନ୍ଧ୍ୟାରେ ଉଦଯାପିତ ହୋଇ ଯାଇଛି। ଠେଲକୋଲୋଇରେ ଚଳିତ ବର୍ଷ ପ୍ରଥମ ଥର ପାଇଁ  ଗଜଲକ୍ଷ୍ମୀ  ପୂଜା ଆରମ୍ଭ ହୋଇଛି। ଏହି ଅବସରରେ ଶ୍ରଦ୍ଧାଳୁଙ୍କ ଦ୍ବାରା କଳସ  ଯାତ୍ରା ଅନୁଷ୍ଠିତ ହୋଇ ଗ୍ରାମ୍ୟ ପୁଷ୍କରିଣୀରୁ ପବିତ୍ର ଜଳ ଆଣି ମଣ୍ଡପରେ ସ୍ଥାପନ କରାଯାଇଥିଲା।
ଏହାପରେ ଦେବୀଙ୍କ ପ୍ରାଣ ପ୍ରତିଷ୍ଠା କରି ହୋମ ଓ ପୂଜା କର୍ମ  ସମ୍ପନ୍ନ କରାଯାଇ  କରି ସନ୍ଧ୍ୟା ଆରତୀ ପରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା। ପୂଜା ମଣ୍ଡପରେ ମା ଗଜଲକ୍ଷ୍ମୀଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ଦ୍ଵାରା ପ୍ରସ୍ତୁତ ଛପନ ପ୍ରକାରର ଭୋଗ ଅର୍ପଣ କରାଯାଇଥିଲା।  ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମାଙ୍କ ଭସାଣି ଶୋଭାଯାତ୍ରା କରାଯାଇଥିଲା।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories