ପାଗରେ ପରିବର୍ତ୍ତନ ସହ ତ୍ୱଚାରେ ମଧ୍ୟ ଏହାର ପ୍ରଭାବ ଦେଖାଯାଇଥାଏ। ବିଭିନ୍ନ କାରଣରୁ ତ୍ୱଚାରେ ଶୁଷ୍କପଣ, ବିଭିନ୍ନ ଦାଗ,କଳାପଣ ସମସ୍ୟା ଦେଖାଦେଇଥାଏ। ଏହି ସମସ୍ତ ସମସ୍ୟାରୁ ରକ୍ଷା ପାଇବା ପାଇଁ କାକୁଡିର ବ୍ୟବହାର ଖୁବ୍ ଉପକାରୀ। ଜାଣନ୍ତୁ..
ପ୍ରଥମେ କାକୁଡିର ଚୋପା ଛଡାଇ ଏହାକୁ କୋରି ଦିଅନ୍ତୁ। ଏବେ ଏଥିରୁ ଭଲ ଭାବେ ରସ ବାହାର କରନ୍ତୁ। ଏବେ ଏଥିରେ ଘିକୁଆଁରୀ ରସ ମିଶାନ୍ତୁ। ରାତିରେ ଶୋଇବା ପୂର୍ବରୁ ଏହାକୁ ମୁହଁରେ ଲଗାନ୍ତୁ।
କାକୁଡିକୁ କୋରି ଏହାର ରସରେ ଅଳ୍ପ ଦହି ମିଶାନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ। ବେକରେ ମଧ୍ୟ ଲଗାଇପାରିବେ।
କାକୁଡି ଓ ଆଳୁକୁ ଭଲ ଭାବେ କୋରି ଦିଅନ୍ତୁ। ଏହାର ରସକୁ ମିଶାଇ ମୁହଁରେ ଲଗାନ୍ତୁ। ୨୦ ମିନିଟ୍ ମୁହଁରେ ଲଗାଇ ରଖି ଏହାକୁ ଧୋଇ ଦିଅନ୍ତୁ। ତ୍ୱଚା ଜନିତ ଅନେକ ସମସ୍ୟାକୁ ଏହା ଦୂର କରିଥାଏ।



