www.samajalive.in
Friday, December 12, 2025
23.1 C
Bhubaneswar

କ୍ୟାନ୍‌ସର ଭଲ କରୁଛି ଜଡ଼ିବୁଟି; ବୈଦ୍ୟ ପବିତ୍ରଙ୍କ ଚିକିତ୍ସା ଦେଉଛି ନୂଆ ଜୀବନ, ଦେଖନ୍ତୁ ଭିଡିଓ

ନର୍ଲା: ମାନବ ସେବାରେ ନିଆରା ମଣିଷ । ମାଗଣାରେ ଲୋକଙ୍କ କରୁଛନ୍ତି ଚିକିତ୍ସା । ଔଷଧ ନୁହେଁ ଜଡିବୁଟିରେ ମିଳୁଛି ଉପଶମ । ଭଲ ହେଉଛି କ୍ୟାନସର ପରି ମାରାତ୍ମକ ରୋଗ ।

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସରିଆଁ ପଞ୍ଚାୟତ ଅଧିନରେ ରହିଛି ଟୋଲବ୍ରାହ୍ମଣୀ ଗାଁ । ଯାହାକି ନର୍ଲା ଠାରୁ ମାତ୍ର ୧୬ କିଲୋମିଟର ଦୂରରେ ଅବସ୍ଥିତ । କୁହାଯାଏ ମାନବ ସେବା ହିଁ ମାଧବ ସେବା । ଆଉ ଏଠାରେ ସେହି ମାନବ ରୂପି ମାଧବଙ୍କୁ ସେବା ହିଁ କରାଯାଉଛି । ନିଶୁକ୍ଳରେ ଲୋକଙ୍କୁ ସେବା ଯୋଗାଉଛନ୍ତି ବୈଦ୍ୟ ପବିତ୍ର ଶବର । ଜଡ଼ିବୁଟି ସାହାଯ୍ୟରେ ମଧୁମେହ, ଯକୃତ, ବାତ ଓ ପ୍ରାଣଘାତକ କର୍କଟ ରୋଗ ଭଳି ରୋଗର ଚିକିତ୍ସା କରୁଛନ୍ତି ପବିତ୍ର ।

- Advertisement -

ମାତା ଇନ୍ଦୁମତି ଶବର ଓ ପିତା ଜୟ ଶବରଙ୍କ ସୁପୁତ୍ର ହେଉଛନ୍ତି ଏହି ଅସହାୟ ମଣିଷ  । ଯେ କି, ବିଗତ ୨୦ ବର୍ଷ ଧରି ଆୟୁର୍ବେଦିକ ଜଡିବୁଟି ସାହାଯ୍ୟରେ ଲୋକଙ୍କୁ ମାଗଣାରେ ଚିକିତ୍ସା କରିଆସୁଛନ୍ତି । ପ୍ରଥମେ ଜେଜେବାପା ଓ ପରେ ପବିତ୍ରଙ୍କ ବାପା ଲୋକଙ୍କୁ ଏହି ସେବା ଯୋଗାଇ ଆସୁଥିଲେ । ଆଉ ବର୍ତ୍ତମାନ ବୈଦ୍ୟ ପବିତ୍ର ସେହି ଚିକିତ୍ସା ପଦ୍ଧତିକୁ ଆଗକୁ ନେଉଛନ୍ତି ।

ଆଧୁନିକ ଚିକିତ୍ସା ପ୍ରଣାଳୀକୁ ପଛରେ ପକାଇ ରୋଗୀଙ୍କୁ ସୁସ୍ଥ କରୁଛନ୍ତି ବୈଦ୍ୟ ପବିତ୍ର । ସକାଳରୁ ସଂଧ୍ୟା ଯାଏଁ ନିଜକୁ ରୋଗୀଙ୍କ ସେବାରେ ନିୟୋଜିତ କରୁଛନ୍ତି । ଟିକିଏ ଉତ୍ତମ ଚିକିତ୍ସା ପାଇଁ ସମ୍ବଲପୁର, କୋରାପୁଟ, ଟାଟା, ବିଶାଖାପାଟଣା, ବଲାଙ୍ଗୀର ଭଳି ଅଞ୍ଚଳରୁ ଏଠାକୁ ରୋଗୀ ମାନେ ଆସୁଛନ୍ତି । ଆଉ ସୁସ୍ଥ ମଧ୍ୟ ହେଉଛନ୍ତି ।

ଏଥିପାଇଁ ଶତାଧିକ ଅନୁଷ୍ଠାନରୁ ପବିତ୍ରଙ୍କୁ ଅନେକ ସମ୍ମାନ ଓ ସମ୍ବର୍ଦ୍ଧନା ମଧ୍ୟ ମିଳିଛି । ମହିମା ଦୀକ୍ଷାରେ ଦିକ୍ଷିତ ପବିତ୍ରଙ୍କ ହୃଦୟ ମାନବ ସମାଜ ପାଇଁ ମୁକ୍ତ ଓ ପବିତ୍ର ପାଲଟିଛି । ଗ୍ରାମବାସୀଙ୍କ ସହଯୋଗରେ ନିଜ ମାଟିରେ ନିର୍ମାଣ କରିଛନ୍ତି ମହିମା ଆଶ୍ରମ ଓ ମନ୍ଦିର । ଆଦିବାସୀ ଶବର କୂଳରେ ଜନ୍ମିତ ଏଇ ଆଦର୍ଶ ପୁରୁଷ ମାନବ ଜାତି ପାଇଁ ଏକ ଉଦାହରଣ ପାଲଟିଛନ୍ତି ।

Hot this week

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

Related Articles

Popular Categories