www.samajalive.in
Friday, December 12, 2025
19.1 C
Bhubaneswar

ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କଲେ ବିଧାୟକ, ଚିକିତ୍ସା ପାଇଁ ନିଜ ଗାଡ଼ିରେ ନେଲେ ଡାକ୍ତରଖାନା

ଦେବଗଡ: ସଡକ ଦୁର୍ଘଟଣାରେ ଆହତ ବାପ-ପୁଅଙ୍କୁ ଉଦ୍ଧାର ପରେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ ନିଜ ଗାଡିରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ଓ ମାନବିକତାର ପରିଚୟ ଦେଇଛନ୍ତି। ମିଳିଥିବା ସୂୂଚନା ଅନୁଯାୟୀ ଆଜି ସଂଧ୍ୟାରେ ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବାପାଇଁ ବିଧାୟକ ଶ୍ରୀ ପାଣିଗ୍ରାହୀ ରାଞ୍ଚି-ବିଜୟୱାଡା ରାସ୍ତାେଦେଇ ପଳସମା ଗ୍ରାମକୁ ଯାଉଥିଲେ। ତେବେ ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ତଲେସର ଗ୍ରାମ ନିକଟସ୍ଥ ରାଞ୍ଚି-ବିଜୟୱାଡା ରାସ୍ତାରେ ୨ ଜଣ ଗୁରୁତର ଆହତ ଅବସ୍ଥାରେ ରାସ୍ତାରେ ପଡିଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ବିଧାୟକ ଶ୍ରୀ ପାଣିଗ୍ରାହୀ କାରର ଚାଳକକୁ ସେଠାରେ କାରଟିକୁ ଅଟକାଇବାକୁ କହିବାସହ ନିଜେ କାରରୁ ଓହ୍ଲାଇ ସେମାନଙ୍କର ଅବସ୍ଥା ଅନୁଧ୍ୟାନ ସହ ଆହତମାନଙ୍କର ପରିଚୟ ପଚାରି ବୁଝିଥିଲେ। ଦେବଗଡ ପୌରାଞ୍ଚଳ ରଜାମୁଣ୍ଡାର ବାଇକ ମେକାନିକ ପ୍ରଫୁଲ୍ଲ ପ୍ରଧାନ ଓ ତାଙ୍କ ପୁଅ କ୍ଷିତୀଶ ପ୍ରଧାନ ବୋଲି ଜାଣିବାକୁବାକୁ ପାଇଥିଲେ। ଏହାପରେ ସେ ନିଜ ସମର୍ଥକଙ୍କ ସହାୟତାରେ ଉଭୟ ଆହତ ବାପ-ପୃୁଅଙ୍କୁ ଉଦ୍ଧାର ପରେ ଚିକିତ୍ସା ନିମନ୍ତେ ନିଜ କାର ଯୋଗେ ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ପୁଅ କ୍ଷିତୀଶର ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଏକ ବାଇକ ଯୋଗେ ଉଭୟ ବାପ-ପୁଅ ଅନୁଗୂଳରୁ ନିଜ ଘରକୁ ଫେରୁଥିବା ବେଳେ ସାମ୍ନା ପଟୁ ଏକ କାର ଧକ୍କାଦେଇ ଫେରାର ହୋଇଯାଇଥିବା ଆହତ ପ୍ରଫୁଲ୍ଲ ପ୍ରକାଶ କରିଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories