www.samajalive.in
Thursday, December 11, 2025
13.1 C
Bhubaneswar

୨ଲକ୍ଷ କୋଟି ଋଣୀ ସରକାରଙ୍କ ୮୦କୋଟିର ଗାଡ଼ି

ଅମୃତସର: ପଞ୍ଜାବର ଅମରିନ୍ଦର ସିଂହ ସରକାର ଗୋଟିଏ ପଟେ ସରକାରୀ ପାଣ୍ଠିର ଅଭାବ ମଧ୍ୟରେ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରୀ ଓ ସଚିବଙ୍କ ବ୍ୟବହାର ନିମନ୍ତେ ବଳାସପୂର୍ଣ୍ଣ ଗାଡ଼ି କିଣିବାରେ ପଞ୍ଜାବ ସରକାର କୌଣସି କାର୍ପଣ୍ୟ କରୁ ନାହାନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବର ପରିବହନ ବିଭାଗ ଦ୍ୱାରା ଅନୁମୋଦିତ ହୋଇଥିବା ୧୬ଟି ଲ୍ୟାଣ୍ଡକୃଜ ଗାଡ଼ି। ୧୬ଟି ଲ୍ୟାଣ୍ଡକୃଜ ମଧ୍ୟରୁ ୨ଟି ବୁଲେଟ ପ୍ରୁଫ୍‍ ଗାଡ଼ି ଅନ୍ତର୍ଭୁକ୍ତ।
ମୁଖ୍ୟମନ୍ତ୍ରୀଙ୍କ କର୍ମଚାରୀଙ୍କ ପାଇଁ ୧୩ଟି ମହିନ୍ଦ୍ରା ସ୍କର୍ପିଓ କିଣିବାର ଯୋଜନା ରହିଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଓଏସଡିଙ୍କ ପାଇଁ ୧୪ଟି ମାରୁତି ଡିଜାୟାର ଅଥବା ହୋଣ୍ଡା ଆମେଜ୍‍ ନଚେତ୍‍ ମାରୁତି ଆଟିଙ୍ଗା କ୍ରୟ କରିବାର ଯୋଜନା ରହିଛି।
ମୁଖ୍ୟମନ୍ତ୍ରୀଙ୍କ ପାଖରେ ପୂର୍ବରୁ ୬ଖଣ୍ଡ ମିତସୁବିସି ଓ ଆମ୍ବାସଡ଼ର କାର ରହିଛି। ଏହା ସତ୍ତେ୍ୱ୧୭ଜଣ କ୍ୟାବିନେଟ ସହଯୋଗୀଙ୍କ ପାଇଁ ଟୋୟଟା ଫର୍ଚୁନ କାର କିଣିବାର ଅନୁମତି ମିଳିଛି। ଏହା ବ୍ୟତୀତ ରାଜ୍ୟ ସରକାର ବିଧାୟକଙ୍କ ନିମନ୍ତେ ୯୭ଟି ଟୋୟଟା କ୍ରେଷ୍ଟା କିଣିବାକୁ ଯାଉଛନ୍ତି।
ଅଥଚ ପଞ୍ଜାବର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ଓ ଅକାଳୀ ଦଳ ପ୍ରମୁଖ ସୁଖବୀର ସିଂହଙ୍କ ପାଇଁ ନୂଆ ବୁଲେଟ ପ୍ରୁଫ ଗାଡ଼ି ପାଇଁ ଅନୁମତି ମିଳି ନାହିଁ। ଏଥି ପାଇଁ ରାଜ୍ୟ ସରକାରଙ୍କ ପାଖରେ ଅର୍ଥର ଅଭାବକୁ କାରଣ ଭାବେ ଦର୍ଶାଯାଇଛି। ଉଭୟ ନେତାଙ୍କ ପାଖରେ ଥିବା ପୂର୍ବରୁ ୨ଟି ବୁଲେଟ ପ୍ରୁଫ ଗାଡ଼ି କାର୍ଯ୍ୟକ୍ଷମ ରହିଥିବାରୁ ଏହି ଆବେଦନକୁ ରାଜ୍ୟ ସରକାର ଖାରଜ କରି ଦେଇଛନ୍ତି।
ନୂଆ ଗାଡ଼ି କିଣିବାକୁ ପଞ୍ଜାବ ସରକାରଙ୍କୁ ୮୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଥିବାବେଳେ ପୂର୍ବରୁ ରାଜ୍ୟ ସରକାରଙ୍କ ଉପରେ ୧,୯୫,୯୭୮ଲକ୍ଷ ଟଙ୍କାର ଋଣ ବୋଝ ରହିଛି। ଫଳରେ ବିଳାଶପୂର୍ଣ୍ଣ ଏହି ଗାଡ଼ି କ୍ରୟକୁ ନେଇ ଆଗାମୀ ଦିନରେ ରାଜନୀତି ଜୋର ଧରିବାର ସମ୍ଭାବନା ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories