ଆଠଗଡ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରବିବାର ଅନୁଗୁଳ ଯିବା ବାଟରେ ଆଠଗଡରେ ପହଞ୍ଚି ସ୍ୱଳ୍ପ ସମୟ ପାଇଁ ପୂର୍ତ୍ତବିଭାଗ ଡାକବଙ୍ଗଳାରେ ଅବସ୍ଥାନ କରିଥିଲେ। ରାଜ୍ୟପାଳଙ୍କୁ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ତହସିଲଦାର ପ୍ରିୟବ୍ରତ ଦାସ, କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି କୃଷ୍ଣପ୍ରସାଦ ପଟ୍ଟନାୟକ, ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କ ସମେତ ବହୁ ଅଧିକାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ବର୍ଷା ହେଉଥିବାରୁ ପୁଲିସ ପକ୍ଷରୁ ଦିଆଯିବାକୁ ଥିବା ଗାର୍ଡ ଅଫ ଅନର କାର୍ଯ୍ୟକ୍ରମକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ବନ୍ଦ କରାଯାଇଥିଲା । ରାଜ୍ୟପାଳ ଏହି ସ୍ୱଳ୍ପ ରହଣି ସମୟରେ ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହ ଆଠଗଡର ଐତିହ୍ୟ, କଳା ଓ ସଂସ୍କୃତି ସଂପର୍କରେ ପଚାରି ବୁଝିବା ସହ ଆଲୋଚନା କରିଥିଲେ । ମାତ୍ର ୩୦ମିନିଟ ରହିବା ପରେ ରାଜ୍ୟପାଳ ଅନୁଗୁଳ ଅଭିମୁଖେ ଯାତ୍ରା କରିଥିଲେ।
Popular Categories



