ପାଟଣା- ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ପଞ୍ଚାୟତ ନୂଆପଡା ଗ୍ରାମର ଶ୍ୟାମସୁନ୍ଦର ନାଏକ ଙ୍କ ପୁଅ ମନୀନ୍ଦ୍ର ନାଏକ(୪୦) ଙ୍କ ର ସର୍ପାଘାତରେ ମୃତ୍ୟୁ ଘଟିଛି। ମଙ୍ଗଳବାର ରାତି ସେ ଘରେ ଶୋଇଥିବା ସମୟରେ ତାଙ୍କୁ ଏକ ବିଷାକ୍ତ ଚିତି ସାପ କାମୁଡି ଥିଲା। ଗୁରୁତର ଅବସ୍ଥାରେ ମନୀନ୍ଦ୍ର ଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଘଟଗାଁ ପୁଲିସ ମୃତକ ର ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର କୁ ହସ୍ତାନ୍ତର କରିଛି।



