www.samajalive.in
Thursday, December 11, 2025
15.1 C
Bhubaneswar

ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଡକାୟତି ଘଟଣାରେ ତିନି ଗିରଫ – ଜଣେ ଫେରାର

ଘଣ୍ଟାପଡା/କଣ୍ଟାମାଳ : କଣ୍ଟାମାଳ ପୁଲିସକୁ ମିଳିଛି ବଡ଼ ସଫଳତା । ଗତ ୨୮ ତାରିଖରେ କଣ୍ଟାମାଳ ଥାନା ନିକଟସ୍ଥ ଉଦେପୁର ଠାରେ ଏକ ଘରୋଇ ଫାଇନାନ୍ସ କମ୍ପାନୀର କର୍ମଚାରୀ ନାରାୟଣପ୍ରସାଦ ଗ୍ରାମରୁ ଋଣ କିସ୍ତି ଆଦାୟ କରି ଫେରୁଥିବା ସମୟରେ ୪ଜଣ ଡକାୟତି ତାଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ସୂ

୨୮ ତାରିଖ ଦିନ ବ୍ୟାଙ୍କର ଜଣେ କର୍ମଚାରୀ ସଚ୍ଚିନ୍ଦ୍ର ଜଗଦଲ ନାରାୟଣପ୍ରସାଦ ଗ୍ରାମକୁ ଯାଇଥିଲେ, କିନ୍ତୁ ବାଇକ ସମସ୍ୟା ହେତୁ ଫେରି ନଥିଲେ । ତାଙ୍କୁ ଆଣିବା ପାଇଁ ଅନ୍ୟ କର୍ମଚାରୀଙ୍କ ସହିତ ଫାଇନାନ୍ସ କଂପାନୀର ବ୍ୟାଙ୍କ ପରିଚାଳକ ପୀତବାସ ଜେନା ନାରାୟଣପ୍ରସାଦ ଗ୍ରାମକୁ ଯାଇଥିଲେ l ସେଠାରୁ ଫେରୁଥିବା ସମୟରେ ଉଦୟପୁର ନିକଟ ରାସ୍ତାରେ ସେମାନଙ୍କୁ ଦୁଇଜଣ ବ୍ୟକ୍ତି ଅଟକାଇବାକୁ ଚେଷ୍ଟା କରିଥିଲେ l ଏହାପରେ ହଠାତ୍ କଳା ରଙ୍ଗର ପଲସରରେ ବସିଥିବା ଦୁଇଜଣ ବ୍ୟକ୍ତି ସେମାନଙ୍କ ସାମ୍ନାକୁ ଆସିଥିଲେ ଏବଂ କର୍ମଚାରୀଙ୍କୁ ଲାଠି, ଠେଙ୍ଗା ଏବଂ ଛୁରୀ ମାଧ୍ୟମରେ ଆକ୍ରମଣ କରିଥିଲେ । ଅପରାଧୀମାନେ ସେମାନଙ୍କ ନିକଟରୁ ଦୁଇଟି ମୋବାଇଲ୍ ଫୋନ୍, ଗୋଟିଏ ପର୍ସ , ୬୦୫୦ଟଙ୍କା, ଡ଼ିଏଲ ଏବଂ ଏଟିଏମ କାର୍ଡ ନେଇଯାଇଥିଲେ । ଏହି ବିଷୟରେ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ ହେବାପରେ କଣ୍ଟାମାଳ ପୋଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

- Advertisement -

ସୂଚନାଦାତା ଏବଂ ସାକ୍ଷୀଙ୍କ ଦ୍ୱାରା ବ୍ୟାଖ୍ୟା କରାଯାଇଥିବା ବିଷୟକୁ ଆଧାର କରି ଅପରାଧୀଙ୍କୁ ଧରିବା ପାଇଁ ଦୁଇଟି ଟିମ୍ ନିୟୋଜିତ ହୋଇଥିଲେ । ପୁଲିସ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଡକାୟତମାନେ ହେଲେ କଣ୍ଟାମାଳ ଥାନା କଣ୍ଟାମାଳ ତଳିପଡ଼ାର ପିଣ୍ଟୁ ସାହୁ(୨୬) ମଲିକୁଦ ଗ୍ରାମର ନୃପରାଜ ମହାନନ୍ଦ(୪୦) ଓ ବଡ଼ଛପାପାଲି ଗ୍ରାମର ଅନନ୍ତ ସାହୁ(୨୬)ଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଆସାମୀ ଫେରାର ଥିବା କଣ୍ଟାମାଳ ଥାନା ଆଇଆଇସି ନଳିନୀକାନ୍ତ ଦାସ ସୂଚନା ଦେଇଛନ୍ତି । ଉପରୋକ୍ତ ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୨୮୦୦ ଟଙ୍କା, ଦୁଇଟି ଛୁରୀ, ଦୁଇଟି ମୋବାଇଲ ଫୋନ ଓ ଦୁଇଟି ବାଇକ ଜବଦ କରାଯାଇଛି । ଏହି ବିଷୟରେ କଣ୍ଟାମାଳ ଥାନାରେ କେସ ନଂ. ୧୪୧ ଏବଂ ୩୯୪ ଧାରା ଅନୁସାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories